25.1 C
Bhubaneswar
Monday, February 23, 2026
Homeଓଡିଶାକଂଗ୍ରେସ ଛାଡିବି ନାହିଁ: ନରସିଂହ

କଂଗ୍ରେସ ଛାଡିବି ନାହିଁ: ନରସିଂହ

ବଲାଙ୍ଗିର: ଗତ ସମ୍ବିଧାନ ଦିବସରେ  ଜିଲ୍ଲା କିମ୍ବା ରାଜ୍ୟ ସଭାପତିଙ୍କ ପକ୍ଷରୁ  ଫୋନଟିଏ ମଧ୍ୟ  ଆସିଲା ନାହିଁ ।  ଦଳ ଏପ୍ରକାର ତାଙ୍କୁ ପଚାରୁ ନାହିଁ। ତଥାପି ମୁଁ କଂଗ୍ରେସ ଛାଡି ନାହିଁ ।  ଯଦି କଂଗ୍ରେସ ମୋତେ ଛାଡିଦେବ, କିଛି କଥା ନାହିଁ । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ  ମୁଁ କଂଗ୍ରେସରେ ରହିବି । ମୋତେ ପଚରାଗଲେ ମଧ୍ୟ ରହିଥିବି, ନ ପଚାରିଲେ ମଧ୍ୟ ଥିବି। କିନ୍ତୁ କଂଗ୍ରେସ ଛାଡିବି ନାହିଁ ବୋଲି ଗତକାଲି  ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର  ଏକ ସାମ୍ବାଦିକ ସମ୍ମିଳନୀ  ଆୟୋଜନ କରିଥିଲେ। ସେଥିରେ ସେ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା  ଧାନକିଣା ତଥା ସହରର ବିକାଶ, ଆଇନ ଶୃଙ୍ଖଳା ବିଷୟରେ  ଆଲୋଚନା କରିଥିଲେ। ଆଲୋଚନା ବେଳେ ସେ ଦଳର କୌଣସି ଦାୟିତ୍ୱରେ ନାହାନ୍ତି । ତେଣୁ ଯେଉଁ ପ୍ରସଙ୍ଗ ଉଠାଇବେ, ତାହା ନିହାତି ନିଜ ବ୍ୟକ୍ତିଗତ ଉଦ୍ୟମ ଏବଂ ଢଙ୍ଗରେ ଉଠାଇବେ ବୋଲି କହିଥିଲେ । ଯାହାପରେ  ଗଣମାଧ୍ୟମ ତରଫରୁ ତାଙ୍କୁ ଦଳ ଅବହେଳା କରୁଛି କି ବଲି ପ୍ରଶ୍ନ କରାଯାଇଥିଲା। ଯାହାପରେ ସେ ପ୍ରଥମେ ଏହାକୁ ପରୋକ୍ଷ  ଭାବରେ  ସ୍ୱୀକାର କରି  ତାଙ୍କୁ ବର୍ତ୍ତମାନ କଂଗ୍ରେସ  ପୂର୍ବଭଳି ପଚାରୁ ନାହିଁ ବୋଲି କହିଥିଲେ ।ପରେ ସେ କୌଣସି ଦାୟିତ୍ୱ କିମ୍ବା ପଦପଦବୀରେ ନାହାନ୍ତି ବଲି କହିଥିଲେ।ତେବେ କଂଗ୍ରେସ କାହିଁକି ପଚାରୁନାହିଁ ଏବଂ ଗତ ନୂଆପଡା ନିର୍ବାଚନ  ସମୟରେ  ନିରଞ୍ଜନ ପଟ୍ଟନାୟକ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ କିଛି ଆଲୋଚନା ହଇଥିଲା କି ବୋଲି ଗଣମାଧ୍ୟମ ପ୍ରତିନିଧି ନରସିଂହ ମିଶ୍ରଙ୍କୁ ପ୍ରଶ୍ନ କରିଥିଲେ। ଯେଉଁ ରାଜ୍ୟସ୍ତରୀୟ ନେତୃବୃନ୍ଦ ଅଣଦେଖା କରୁଛନ୍ତି,ସେମାନେ କହିପାରିବେ ବୋଲି ସେ ଉତ୍ତର ଦେଇଥିଲେ। ଏଥିସସହ ନିର୍ବାଚନ ସମୟରେ ବରିଷ୍ଠ ନେତୃବୃନ୍ଦ କେବଳ ସୌଜନ୍ୟତା  ଦୃଷ୍ଟିରୁ ଆସିଥିଲେ। ଚା ପିଇଥିଲେ। କୌଣସି ରାଜନୈତିକ ଆଲୋଚନା କରୁନାହୁଁ ବୋଲି କହିଥିଲେ । ନରସିଂହଙ୍କ ଏଭଳି ବୟାନ ପରେ ରାଜ୍ୟ ରାଜନୀତି  ବିଶେଷ କରି କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking