ବ୍ୟୁରୋ : କିଏ ହେବ ପିସିସି ସଭାପତି ? ପିସିସି ଚୟନ ପାଇଁ ଭୁବନଶ୍ୱରରେ ପହଞ୍ଚିଲେ ଚୟନ କମିଟି ସଦସ୍ୟ ଚରଣ ଦାସ ମହନ୍ତ । କିଛି ସମୟ ପରେ ବୈଠକ ଆରମ୍ଭ ହେବ । ତା ପୂର୍ୱର ଚରଣ ଦାସ ମହନ୍ତ ପ୍ରତିକ୍ରିୟା ରଖିଛନ୍ତି ଯେ, ମୋ ପାଖେ ଲବି କାମ ଦେବ ନାହିଁ । ହାଇକମାଣ୍ଡ ନିର୍ଦ୍ଦେଶରେ ଓଡିଶା ଆସିଛି ା ସିନିଅର ଲିଡରଠାରୁ ଆରମ୍ଭ କରି ଜୁନିଅରଙ୍କର ସମସ୍ତଙ୍କର ବିଚାର ବିମର୍ଶ ମୁଁ ନେବି । ନଭେମ୍ବର ୨୩ ବେଳକୁ ହାଇକମାଣ୍ଡ ପାଖକୁ ରିପୋର୍ଟ ଯିବ । ଚର୍ଚ୍ଚା ହେଉଥିବା ନାଁ ପ୍ରଭାବ ପକାଇବନି କହିଛନ୍ତି ା ରାଜନେତାଙ୍କ ସହ ଆଲୋଚନା କରି ଏଆଇସିସିଙ୍କୁ ରିପୋର୍ଟ ଦେବେ କହିଛନ୍ତି ଚରଣଦାସ ମହନ୍ତ ।