ଭୁବନେଶ୍ୱର: ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲ ଏଭଳି କିଛି ବୟାନ ଦେଇଛନ୍ତି । କହିଛନ୍ତି, ଗତ ନିର୍ୱାଚନ ବେଳେ ଘୋଷଣା କରିଛି ଏମପି, ଏମଏଲଏ ପାଇଁ ଲଢିବି ନାହିଁ । ୮ ଥର ଜିତିଲା ପରେ ଆଉ ନିର୍ୱାଚନ ଲଢିବିନି, ଆଉ କେତେଥର ଲଢିବି । ଆଉ ନିର୍ବାଚନ ଲଢିବିନି ଯୁବପିଢି ପାଇଁ ଛାଡିଦେବି ।










