20.1 C
Bhubaneswar
Thursday, January 15, 2026
Homeଓଡିଶାରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର: ରାଜ୍ୟ ସରକାର ‘ସ୍ୱଚ୍ଛ ଓଡ଼ିଶା’ ଭଳି ଏକ ନୂତନ ରାଜ୍ୟ ଯୋଜନା ଘୋଷଣା କରିଛନ୍ତି ଓ ଏଥିରେ ପାଞ୍ଚ ବର୍ଷରେ ଅର୍ଥାତ୍ ୨୦୨୫-୨୬ ରୁ ୨୦୨୯-୩୦ ଅବଧି ମଧ୍ୟରେ ୧୬୦୦ କୋଟି ଟଙ୍କାର ଅନୁମୋଦନ ହୋଇଛି। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ୨୮ତମ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଦଶ ବିଭାଗରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ସପ୍ତଦଶ ବିଧାନସଭା ୪ର୍ଥ ଅଧିବେଶନର ସତ୍ରାବସାନ ସମ୍ପର୍କିତ ପ୍ରସ୍ତାବ ଅନ୍ତର୍ଭୁକ୍ତ ଥିଲା।

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସ୍ୱଚ୍ଛତା ପାଇଁ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି, ଯାହା ମୁଖ୍ୟତଃ ବର୍ଜ୍ୟବସ୍ତୁ ପରିଚାଳନା ଓ ବର୍ଜ୍ୟଜଳ ପରିଚାଳନା ଉପରେ ପର୍ଯ୍ୟବେସିତ। କାର୍ଯ୍ୟକାରୀ ହେଉଥିବା ଏହି ସମସ୍ତ ରାଜ୍ୟ ଯୋଜନା କଠିନ ବର୍ଜ୍ୟବସ୍ତୁ ପରିଚାଳନା (ରାଜ୍ୟ ଯୋଜନା), ବ୍ୟବହୃତ ଜଳ ପରିଚାଳନା (ରାଜ୍ୟ ଯୋଜନା), ସହରାଞ୍ଚଳ ସେସ୍ଟେଜ୍ ସିଷ୍ଟମ୍ ଇତ୍ୟାଦିର ସମନ୍ୱୟ ଓ ଏକତ୍ରିକରଣ ଦ୍ୱାରା ସୁଚାରୁରୂପେ କାମ କରିବା ପାଇଁ “ସ୍ୱଚ୍ଛ ଓଡ଼ିଶା’ ନାମକ ଏକ ନୂଆ ଯୋଜନା ତିଆରି କରାଯାଇଛି ଓ ଏହା ଫଳରେ ଯୋଜନାର କାର୍ଯ୍ୟକାରିତା ସହ ଆର୍ôଥକ ଅନୁଦାନ ପ୍ରଦାନ ଓ ପରିଚାଳନା ସହଜରେ ହୋଇପାରିବ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ‘ସ୍ୱଚ୍ଛ ଓଡ଼ିଶା’ ଯୋଜନା ରାଜ୍ୟ ସରକାରଙ୍କ ଏହି ପ୍ରତିବଦ୍ଧତାକୁ ପ୍ରତିପାଦନ କରେ। ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତ ସହରାଞ୍ଚଳକୁ ବର୍ଜ୍ୟମୁକ୍ତ ଓ ସ୍ୱଚ୍ଛକରିବା ଏବଂ ପୌରସଂସ୍ଥାଗୁଡ଼ିକୁ ଆବଶ୍ୟକୀୟ ଆର୍ôଥକ ସହାୟତା ଯୋଗାଇ ପରିମଳର ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବାରେ ସାହାଯ୍ୟ କରିବା। ଭାରତ କାର୍ଯ୍ୟକ୍ରମର ପରିପୂରକ ଭାବେ ତଥା ଏଥିରେ ଆଶାନୁରୂପ ଫଳାଫଳକୁ ବଳବତ୍ତର କରିବାରେ “ସ୍ୱଚ୍ଛ ଓଡ଼ିଶା’ ଯୋଜନା ସହାୟକ ହେବ। ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକ୍ରମେ, “ସ୍ୱଚ୍ଛ ଓଡ଼ିଶା’ ନାମରେ ରାଜ୍ୟ ଯୋଜନାର ଅବଧି ପାଞ୍ଚବର୍ଷ ରହିବ। ଏହି ସମୟ ଭିତରେ ୧୬୦୦ କୋଟି ଟଙ୍କା ବ୍ୟୟ ହେବ। ଏହାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking