13.1 C
Bhubaneswar
Wednesday, January 14, 2026
Homeଓଡିଶାରାଜ୍ୟ କ୍ୟାବିନେଟରେ ୭ ପ୍ରସ୍ତାବରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟରେ ୭ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟରେ ୭ ପ୍ରସ୍ତାବରେ ବାଜିଲା ମୋହର । କ୍ୟାବିନେଟ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ୩୮ଟି ଆଧୁନିକ ମଣ୍ଡି ନିର୍ମାଣ କରିବେ ସରକାର । ଏଥିପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆରଏମସି ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବ । ରାଜ୍ୟ ସରକାର ୨ ବର୍ଷରେ ୧୫୦ କୋଟି ଦେବେ । ମଣ୍ଡି ଗୁଡିକରେ ଷ୍ଟୋରେଜ ସୁବିଧା ରହିବ । ଧାନର କ୍ୱାଲିଟି ଟେଷ୍ଟିଂ ସୁବିଧା ରହିବ ।ରାଜ୍ୟରେ ଖୋଲିବ ୭ଟି ନର୍ସିଂ କଲେଜ । ସମ୍ବଲପୁରରେ ୨୪ ଘଣ୍ଟିଆ ପାଣି ପ୍ରକଳ୍ପର ଅନୁମୋଦନ ମିଳିଛି । ବିମାନ ମରାମତି କେଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସଂଗ୍ରହାଳୟ ପରିଚାଳନା ପାଇଁ କ୍ୟାଡର ନିୟମାବଳୀକୁ ଅନୁମତି ଦିଆଯାଇଛି । ନୂଆ ନୂଆ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି । ସହରାଞ୍ଚଳରେ ଏଲଇଡି ଲାଇଟ ବ୍ୟବସ୍ଥା କରାଯିବ ।

ସୂଚନା ଥାଉ କି ଆଜି ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା lମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ମୋଟ ୬ ଟି ବିଭାଗର ୦୭ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି lଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗ ର ୧ ଟି, ଅର୍ଥ ବିଭାଗର ୧ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ଏହିପରି ମୋଟ ୭ଟି ପ୍ରସ୍ତାବ ଆଗତ ପୂର୍ବକ ସମସ୍ତ ପ୍ରସ୍ତାବ କ୍ୟାବିନେଟ ବୈଠକ ରେ ପାରିତ ହୋଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking