20.1 C
Bhubaneswar
Sunday, December 21, 2025
Homeଓଡିଶାହ୍ୟୁମାନଙ୍କୁ ବିଶ୍ରାମ ପାଇଁ କହିଥିଲି: ଡାକ୍ତର

ହ୍ୟୁମାନଙ୍କୁ ବିଶ୍ରାମ ପାଇଁ କହିଥିଲି: ଡାକ୍ତର

ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ଆସିଲା ବଡ ଖବର । ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଡା. ସଞ୍ଜୀବ କର ଦେଲେ ବଡ ସୂଚନା । ସୂଚନା ଦେଇ କହିଛନ୍ତି ଯେ ମୁଁ ତାଙ୍କୁ କାମ କମ୍ କରି ବିଶ୍ରାମ ନେବା ପାଇଁ କହି ଆସୁଥିଲି । ୨୦୨୪ ସେପ୍ଟେମ୍ବରରେ ପ୍ରଥମେ ସେ ମୋ ପାଖକୁ ଆସିଥିଲେ । ଆଲକହଲ୍ ସେବନ ପାଇଁ ଲିଭର ସିରୋସିସ୍‌ରେ ପୀଡିତ ଥିଲେ । ପ୍ରତି ଦୁଇ ତିନି ମାସରେ ଆସି ଦେଖା କରି ଚିକିତ୍ସିତ ହେଉଥିଲେ । ତାଙ୍କ ସପୋର୍ଟ ଷ୍ଟାଫ୍ ଆଣି ତାଙ୍କୁ ଚିକିତ୍ସା କରାଇ ନେଉଥିଲେ । ଅନିୟମିତ ଖାଦ୍ୟ ଓ କ୍ରମାଗତ ରାତି ଅନୁଦ୍ରା ପାଇଁ ସମସ୍ୟା ହୋଇଥିଲା । ଥରେ ଲିଭର ସିରୋସିସ୍ ହେଲେ ଭଲ ହୁଏନି, ଚିକିତ୍ସା ଭିତରେ ରହିବାକୁ ହୁଏ । ଏହି ସମୟରେ ଭଲ ଖାଦ୍ୟ ଖାଇବା, ରାତି ଅନିଦ୍ରା ନହେବା, ପୂରା ବିଶ୍ରାମ ନେବା ଜରୁରୀ । ମାନସିକ ଚାପ ଭିତରେ ଥିବା ବି ଭାରି ହୋଇ ପଡୁଥିଲା । ୧୨ ତାରିଖରେ ଆଣିଲା ବେଳକୁ ଜ୍ୱର ହୋଇଥିଲା, ଯାହା ବହୁତ ଖରାପ । ଧଇଁସଇଁ ଲାଗିବା, ଗୋଡ ଫୁଲିଲେ ବି ସିରୋସିସ୍ ଆକ୍ରାନ୍ତଙ୍କ ପାଇଁ ବିପଦ । ସେ ଯାହା ବି ହେଉ ହ୍ୟୁମାନଙ୍‌କ ମୃତ୍ୟୁ ପାଇଁ ବହୁତ ଦୁଃଖିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking