18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଭାରତ-ପାକିସ୍ତାନ ଯୁଦ୍ଧ ରୋକିଲି, କିନ୍ତୁ ଶ୍ରେୟ ମିଳିଲାନି: ଟ୍ରମ୍ପ

ଭାରତ-ପାକିସ୍ତାନ ଯୁଦ୍ଧ ରୋକିଲି, କିନ୍ତୁ ଶ୍ରେୟ ମିଳିଲାନି: ଟ୍ରମ୍ପ

ୱାଶିଂଟନ୍‌ : ସମୟେ ସମୟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବାଚାଳାମୀ ଦେଖିବାକୁ ମିଳିଥାଏ। ବିଶେଷକରି ତାଙ୍କର ବିବେକହୀନ ମନ୍ତବ୍ୟ, ଟିପ୍ପଣୀ ତଥା ବୟାନବାଜିକୁ ନେଇ ସେ କେବଳ ଲୋକହସା ହୋଇନଥାନ୍ତି ବରଂ ପୁରା ଆମେରିକାକୁ ଏଥିପାଇଁ ନିନ୍ଦିତ ହେବାକୁ ପଡିଥାଏ। ତେବେ ଟ୍ରମ୍ପ୍ ଏବେ ପୁଣିଥରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ତାଙ୍କ ଠାରେ ମତିଭ୍ରମ ହୋଇଥିବାର ଆଶଙ୍କାକୁ ବହୁଗୁଣିତ କରୁଛି। ରିପୋର୍ଟ ଅନୁସାରେ ଭାରତ-ପାକିସ୍ତାନ ମଧ୍ୟରେ ନିକଟରେ ହୋଇଥିବା ବିବାଦକୁ ନେଇ ଟ୍ରମ୍ପ୍ ବାରମ୍ବାର ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏବେ ସେ କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ଯୁଦ୍ଧ ରୋକିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲେ ହେଁ ତାଙ୍କୁ ଶ୍ରେୟ ମିଳିଲା ନାହିଁ।

କେହି ବି ତାଙ୍କୁ ଶ୍ରେୟ ଦେଲେ ନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନିଷ୍ପତ୍ତି ହେବା ପରେ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରି ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ସେ ଅଟକାଇଦେଲେ ବୋଲି କହିଥିଲେ। ଭାରତ-ପାକ୍‌ିସ୍ତାନ ଉତ୍ତେଜନାକୁ କମ୍ କରିବାରେ ସେ ମଧ୍ୟସ୍ଥତା କରିଥିଲେ। ଏପରିକି ସେ କୁଆଡେ ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ସମ୍ଭାବନାକୁ ମଧ୍ୟ ରୋକିଦେଇଥିଲେ। ତାଙ୍କର ଏପ୍ରକାର ମତ ମନ୍ତବ୍ୟକୁୂ ନେଇ ଯେତେବେଳେ ଚର୍ଚ୍ଚା ଜୋର ଧରିଲା ସେତେବେଳେ ଟ୍ରମ୍ପ କହିଲେ ଯେ, ସେ ଯୁଦ୍ଧକୁ ରୋକିନାହାନ୍ତି କି ମଧ୍ୟସ୍ଥତା କରିନାହାନ୍ତି। ତାଙ୍କ ପ୍ରଶାସନ କେବଳ ଏଥିରେ ସହଯୋଗ କରିଛି। ବର୍ତ୍ତମାନ ପୁଣି ଥରେ ଟ୍ରମ୍ପ ଏକ ନୂଆ ମନ୍ତବ୍ୟ ଦେଇ କହିଛନ୍ତି, ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ଆଡକୁ ଅଗ୍ରସର ହେଉଥିଲେ, ଯାହାକୁ ସେ ରୋକିଦେଇଛନ୍ତି। କିନ୍ତୁ ତାଙ୍କୁ ଏଥିପାଇଁ ଉଚିତ ଶ୍ରେୟ ଦିଆଯାଇ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking