19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମୁଁ କାହାଠାରୁ ପ୍ରମାଣପତ୍ର ଚାହୁଁ ନାହିଁ : ଧର୍ମେନ୍ଦ୍ର ପ୍ରଧାନ

ମୁଁ କାହାଠାରୁ ପ୍ରମାଣପତ୍ର ଚାହୁଁ ନାହିଁ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଆଜି ସଂସଦ ଅଧିବେଶନରେ ରାହୁଲ ଧର୍ମେନ୍ଦ୍ର ମୁହାଁ ମୁହିଁ ।  ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ନିଟ୍‌ ପେପର ଲିକ୍‌ ପ୍ରସଙ୍ଗରେ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିତର୍କ ଆରମ୍ଭ ହୋଇଥିଲା। କଂଗ୍ରେସର ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେହେତୁ ନିଟ୍‌ ଏକ ବ୍ୟବସ୍ଥିତ ପ୍ରସଙ୍ଗ ତେଣୁ ଆପଣ ଏହି ସମସ୍ୟାର ସମାଧାନ ପାଇଁ କଣ କରୁଛନ୍ତି ? ଏହା ଜବାବରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନିଟ୍‌ ପରୀକ୍ଷା ମାମଲାରେ ପେପର ଲିକ୍‌ ହେବାର କୌଣସି ସ୍ପଷ୍ଟ ପ୍ରମାଣ ସାମ୍ନାକୁ ଆସି ନାହିଁ। ବିରୋଧୀଦଳର ନେତାମାନେ ଶିକ୍ଷାମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ଗୃହରେ ହଙ୍ଗାମା କରିଥିଲେ। ଧର୍ମେନ୍ଦ୍ର କହିଥିଲେ କେବଳ ବଡ଼ ପାଟି କଲେ ମିଛ କେବେ ସତ ହୋଇଯାଏନା। ଦେଶର ପରୀକ୍ଷା ବ୍ୟବସ୍ଥା ନିରର୍ଥକ ବୋଲି ବିରୋଧୀଦଳର ନେତାଙ୍କ କଥା ଅତ୍ୟନ୍ତ ନିନ୍ଦନୀୟ। ରାହୁଲ ଏକଥା ମଧ୍ୟ କହିଥିଲେ ପରୀକ୍ଷା ବ୍ୟବସ୍ଥାରେ ବିଶୃଙ୍ଖଳା ଦେଖାଦେଇଛି। ପେପର ଲିକ୍‌ ଏକ ଗୁରୁତର ପ୍ରସଙ୍ଗ। ଏହା କେବଳ ନିଟ୍‌ ଉପରେ ପ୍ରଶ୍ନ ନୁହେଁ, ବରଂ ସମସ୍ତ ପରୀକ୍ଷା ଉପରେ। ରାହୁଲଙ୍କ ବିବୃତ୍ତିରେ ଶିକ୍ଷାମନ୍ତ୍ରୀ କହିଛନ୍ତି, ମୁଁ କାହାଠାରୁ ପ୍ରମାଣପତ୍ର ଚାହୁଁ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking