ଭୁବନେଶ୍ୱର: ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ନେଇ ସ୍ପଷ୍ଟ କଲେ ସାଂସଦ ନିଶିକାନ୍ତ ଦୁବେ । କହିଲେ ମୁଁ ମୋର କୌଣସି ଟ୍ୱିଟରେ ବିଜୁ ବାବୁଙ୍କୁ ଟାର୍ଗେଟ କରି ନଥିଲି । ମୁଁ କେବଳ ନେହେରୁ – ଗାନ୍ଧି ପରିବାର ଉପରେ ସିରିଜ ଟ୍ୱିଟ କରିଛି । ଯଦି ମୋ ଟ୍ୱିଟ କାହାକୁ ଆଘାତ ଦେଇଥାଏ ତାହାଲେ ମୁଁ ତାଙ୍କୁ ବୁଝାଇବି । ବିଜୁ ବାବୁ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବିଜେପି ପୂରା ସମ୍ମାନ କରେ । ଯେତେବେଳେ କଂଗ୍ରେସ ବିଜୁ ବାବୁଙ୍କ ପ୍ରତି ଅନ୍ୟାୟ କରିଥିଲା .. ସେତେବେଳେ ଜନସଂଘ ଓ ବିଜେପି ତାଙ୍କ ପାଇଁ ଛିଡା ହୋଇଥିଲା ।










