ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ଘଟଣା । ମୋତେ ଫସାଇ ଦିଆଯାଇଛି କହିଲେ ବିକ୍ରମ ପଣ୍ଡା । ସ୍ୱାସ୍ଥ୍ୟ ଖରାପ ପାଇଁ ଜେଲ୍ରୁ ଏମକେସିଜି ସ୍ଥାନାନ୍ତର ବେଳେ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ସେ । ସେ ଆହୁରି କହିଛନ୍ତି ଯେ ମୁଁ ନିର୍ଦ୍ଦେଶ, ଅଯଥାରେ ଉଦ୍ଦେଶ୍ୟମୂଳକ ଭାବେ ଫସା ଯାଇଛି । ମୋତେ ଓ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏସବୁ କରାଯାଉଛି । ୪ ମାସ ହେଲା ଜେଲ୍ ଭିତରେ ବି ଅସୁବିଧା କରାଯାଉଛି । ନ୍ୟାୟପାଳିକା ଉପରେ ପୂରା ଭରସା ରହିଛି, ନ୍ୟାୟ ପାଇବି ।










