17.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶମୁଁ ରାଜ୍ୟ ସଭାପତି ପଦ ପାଇଁ ଦୌଡ଼ରେ ନାହିଁ: ଅନ୍ନାମଲାଇ

ମୁଁ ରାଜ୍ୟ ସଭାପତି ପଦ ପାଇଁ ଦୌଡ଼ରେ ନାହିଁ: ଅନ୍ନାମଲାଇ

କୋଏମ୍ବାଟୁର: : ତାମିଲନାଡୁରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସବୁଠାରୁ ଲୋକପ୍ରିୟ ନେତା କେ. ଅନ୍ନାମଲାଇ ଏକ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି। ଶୁକ୍ରବାର ସ୍ପଷ୍ଟ ସେ କରିଛନ୍ତି ଯେ, ସେ ରାଜ୍ୟ ସଭାପତି ପଦ ପାଇଁ ଦୌଡ଼ରେ ନାହାନ୍ତି। ତାଙ୍କ କହିବା ଅନୁଯାୟୀ, “ବିଜେପିରେ ନେତାମାନେ ଦଳର ସଭାପତି ପଦ ପାଇଁ ପ୍ରତିଯୋଗିତା କରନ୍ତି ନାହିଁ। ଆମେ ସମସ୍ତେ ଏକାଠି ଜଣେ ସଭାପତିଙ୍କୁ ନିର୍ବାଚିତ କରୁ। ମୁଁ ଏହି ପଦବୀ ପାଇଁ ଦୌଡ଼ରେ ନାହିଁ।’ ପ୍ରକାଶ, ତାମିଲନାଡୁରେ ମେଣ୍ଟ ନେଇ ଏଆଇଏଡିଏମ୍‌କେ ଏବଂ ବିଜେପି ମଧ୍ୟରେ ଆଲୋଚନା ପୁଣି ଥରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

୨୦୨୩ ମସିହାରେ, ଦୁଇ ଦଳର ମେଣ୍ଟ ଭାଙ୍ଗିଯାଇଥିଲା। ଏହାର ମୁଖ୍ୟ କାରଣସବୁ ମଧ୍ୟରେ ଅନ୍ନାମଲାଇ ମଧ୍ୟ ଅନ୍ୟତମ କାରଣ ବୋଲି ବିବେଚନା କରାଯାଏ। ଏପରି ପରିସ୍ଥିତିରେ ତାଙ୍କୁ ଦଳର ସଭାପତି ପଦରୁ ହଟାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏପ୍ରକାର ଚର୍ଚ୍ଚା ମଧ୍ୟରେ ସେ କହିଛନ୍ତି, “ମୁଁ ଚାହୁଁଛି ଯେ ଦଳର ଭବିଷ୍ୟତ ଉଜ୍ଜ୍ୱଳ ହେଉ। ଏହି ଦଳର ବିକାଶ ପାଇଁ ଅନେକ ଲୋକ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ମୁଁ ସର୍ବଦା ଦଳର କଲ୍ୟାଣ କାମନା କରେ। ମୁଁ ପରବର୍ତ୍ତୀ ରାଜ୍ୟ ସଭାପତି ଦୌଡ଼ରେ ନାହିଁ। ବିଜେପି ଅନ୍ୟ ଦଳଗୁଡ଼ିକ ପରି ନୁହେଁ, ଯେଉଁଠାରେ ଦଳର ସଭାପତି ପଦ ପାଇଁ ୫୦ଜଣ ନେତା ନାମାଙ୍କନ ଦାଖଲ କରନ୍ତି। ମୁଁ କୌଣସି ରାଜନୈତିକ ଚର୍ଚ୍ଚାର ଉତ୍ତର ଦେବି ନାହିଁ। ମୁଁ କୌଣସି ଦୌଡ଼ରେ ସାମିଲ ନୁହେଁ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking