ଭୁବନେଶ୍ୱର: କିଛି ଦିନ ଧରି ଓଏଏସ ଅଧିକାରୀ ଏବଂ ପତ୍ନୀ ଅର୍ଚ୍ଚନା ଦାସଙ୍କ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ ସାର୍ଥକ ସୌରଭ ମହିଳା ଥାନାରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପତ୍ନୀ ଅର୍ଚ୍ଚନାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ଛୁଆ ଜନ୍ମ ହେବା ପରେ ସବୁ କାମ ମୁଁ କରିଛି । ମୁଁ ଏବେ ଯାଏ ପୁଅକୁ ଦେଖିପାରିନି । ମୋ ଛଡା ମାଆର କେହି ନାହାନ୍ତି, ମାଆ ଭଉଣୀଙ୍କୁ ସପୋର୍ଟ ଦରକାର । ପତ୍ନୀ କେବେ ସପୋର୍ଟ ଦେଉନଥିଲେ । ଭାବିଥିଲି ଛୁଆ ହେଲେ ସବୁ ସ୍ୱାଭାବିକ ହୋଇଯିବ । ତାଙ୍କ ଘର ପକ୍ଷରୁ କୌଣସି ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ମୁଁ ଅପରାଧ କରିଦେଲି । ତାଙ୍କ ଘର ପକ୍ଷରୁ କୌଣସି ସହେଯାଗ ମିଳିଲାନି । ତମୁ ଘରେ ରହିଲି ବୋଲି ଛୁଆ କୁପୋଷଣ ହେଲା କହିଲେ ପତ୍ନୀ । ମାଆ ଅସୁସ୍ଥ ହେବାରୁ ହସ୍ପିଟାଲରୁ କିଛି ସମୟ ପାଇଁ ଘରକୁ ଆସିଥିଲି । ମୁଁ ଅତୁଲ ସୁବାଷ ନୁହେଁ ଶେଷ ପଯ୍ୟନ୍ତ ଲଢେଇ କରିବି । କୋର୍ଟଙ୍କ ଉପରେ ଭରସା ଅଛି, ଜଗନ୍ନାଥଙ୍କ ଉପରେ ଭରସା ଅଛି । ଗତକାଲି ପତ୍ନୀଙ୍କ ଅଭିଯୋଗ କ୍ରମେ ଓଏଏସ ସାର୍ଥକ ମହିଳା ଥାନାରେ ପହଞ୍ଚିଥିଲେ । ସେଠାରେ ପୋଲିସ ପଚରା ଉଚରା କରି ତଦନ୍ତ ଜାରି ରଖିଛି ।










