26.7 C
Bhubaneswar
Wednesday, March 26, 2025
Homeଖେଳରାଜସ୍ଥାନ ରୟାଲ୍ସକୁ ୪୪ ରନରେ ହରାଇଲା ହାଇଦ୍ରାବାଦ

ରାଜସ୍ଥାନ ରୟାଲ୍ସକୁ ୪୪ ରନରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୪ ରନରେ ହରାଇଦେଇଛି ସନରାଇଜର୍ସ ହାଇଦ୍ରାବାଦ । ବିଜୟ ପାଇଁ ରାଜସ୍ଥାନ ଆଗରେ ୨୮୭ ରନର ଲକ୍ଷ୍ୟ ରହିଥିଲା ବେଳେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ମାତ୍ର ୨୪୨ ରନ କରିପାରିଥିଲା । ଦଳ ପକ୍ଷରୁ ସଂଜୁ ସାମସନ ୬୬ ରନ, ଧ୍ରୁବ ଜୁରେଲ ୭୦ ଓ ସିମରନ ହେଟମେୟର ୪୨ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ସିମରନଜିତ ସିଂ ଓ ହର୍ଷଲ ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଇଶାନ କିଷନଙ୍କ ବିସ୍ଫୋରକ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୮୬ ରନ କରିଥିଲା । ଇଶାନ ମାତ୍ର ୪୭ଟି ବଲରେ ୬ ଛକା, ୧୧ ଚୌକା ବଳରେ ୧୦୬ ରନ କରିଥିଲେ । ସେହିପରି ଟ୍ରାଭିସ୍ ହେଡ୍ ୬୭ ରନ କରିଥିଲେ। ନୀତୀଶ କୁମାର ରେଡ୍ଡି ୩୦ ଓ ହେନରିକ୍ କ୍ଲାସେନ ୩୪ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ୩ଟି ଓ୍ବିକେଟ ନେଇଥିବାବେଳେ ମହିଶ ତିକସନା ୨ଟି ଓ୍ବିକେଟ ନେଇଥିଲେ । ସେହିପରି ସଂଦୀପ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking