ନୂଆଦିଲ୍ଲୀ: ସ୍ୱାମୀ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ । ସ୍ୱାମୀଙ୍କ ସାଙ୍ଗମାନେ ସ୍ତ୍ରୀକୁ ଦୁଷ୍କର୍ମ କରୁଥିଲେ । ଆଉ ସାଉଦି ଆରବରେ ବସି ଭିଡିଓ ଦେଖୁଥିଲେ ସ୍ୱାମୀ । ଆଉ ଏଥିପାଇଁ ସ୍ୱାମୀ ସେମାନଙ୍କ ଠାରୁ ଟଙ୍କା ମଧ୍ୟ ପାଉଥିଲେ । ସ୍ୱାମୀ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି ବୁଲନ୍ଦସହରର ଜଣେ ମହିଳା । ଖବର ମୁତାବକ, ମହିଳା ଜଣକ ବୁଲନ୍ଦସହରର ଜଣେ ବ୍ୟକ୍ତିଙ୍କୁ ୨୦୧୦ରେ ବିବାହ କରିଥିଲେ । ବ୍ୟକ୍ତି ଜଣକ ସାଉଦି ଆରବରେ ଅଟୋମୋବାଇଲ ମେକାନିକ ଭାବେ କାମ କରୁଥିଲେ । ତେଣୁ ବର୍ଷ ଥରେ କିମ୍ବା ଦୁଇଥର ଆସୁଥିଲେ । ଯୁବକ ଜଣକ କିଛି ବର୍ଷ ସ୍ତ୍ରୀ ପାଖକୁ ଆସିବା ପରେ ଗତ ୩ ବର୍ଷ ତଳେ ଦୁଇ ଜଣ ସାଙ୍ଗକୁ ନେଇ ଘରକୁ ଆସିଥିଲେ । ସାଙ୍ଗ ଦୁଇ ଜଣ ମଧ୍ୟ ବୁଲନ୍ଦସହରରେ ରହୁଥିଲେ । ତେଣୁ ବ୍ୟକ୍ତି ଜଣକ ସାଉଦିରେ ରହୁଥିବା ଯୋଗୁଁ ଏହାର ଫାଇଦା ଉଠାଇଥିଲେ ଦୁଇ ସାଙ୍ଗ । ଏମାନେ ସାଙ୍ଗର ଘରକୁ ଯାଇ ପତ୍ନୀକୁ ଦୁଷ୍କର୍ମ କରୁଥିଲେ । ଆଉ ଏହାର ଭିଡିଓ କରି ସାଙ୍ଗ ପାଖକୁ ପଠାଉଥିଲେ । ସାଙ୍ଗ କିଛି ଆପତ୍ତି କରିବା ଆଗରୁ ଏମାନ ମୁହଁ ବନ୍ଦ କରିବା ପାଇଁ ପଇସା ପଠାଇ ଦେଉଥିଲେ । ହେଲେ ମହିଳା ଜଣକ ଦୀର୍ଘ ଦିନ ଧରି ଏସବୁ ମୁଣ୍ଡପୋତି ସହିବା ପରେ ନିକଟରେ ମୁହଁ ଖୋଲିଛନ୍ତି ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗତ ୩ ବର୍ଷ ତଳେ ତାଙ୍କ ସ୍ୱାମୀ ୨ ଜଣସାଙ୍ଗ ସହିତ ଘରକୁ ଆସି ଦୁଷ୍କର୍ମ କରିଥିଲେ । ଏମାନେ ଦୁଷ୍କର୍ମ କରିବା ବେଳର ଭିଡିଓ କରି ସ୍ୱାମୀଙ୍କ ପାଖକୁ ପଠାଇଥିଲେ । ମହିଳା ଜଣକ ସ୍ୱାମୀଙ୍କୁ ସତ କରିବା ପରେ ମଧ୍ୟ ସେ ଚୁପ୍ ରହିଥିଲେ । ମୋ ସ୍ୱାମୀଙ୍କୁ ସେମାନେ ପଇସା ଦେଇ ମୁହଁ ବନ୍ଦ କରିଦେଇଥିଲେ । ସ୍ୱାମୀ ସାଉଦି ଆରବରେ ଥାଇ ସ୍ୱାମୀ ଭିଡିଓ ଦେଖୁଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି । ମହିଳା ଜଣକ ପିଲାଙ୍କ ପାଇଁ ଚୁପ୍ ରହିଥିବା ବେଳେ ତାଙ୍କୁ ଛାଡପତ୍ର ଦେବାକୁ ଧମକ ଦେଇଥିବା ମହିଳା କହିଛନ୍ତି । ମହିଳା ଜଣକ ବର୍ତ୍ତମାନ ୧ ମାସର ଗର୍ଭବତୀ ରହିଛନ୍ତି । ପୂର୍ବରୁ ତାଙ୍କୁ ଦୁଇଟି ପୁଅ ଓ ଦୁଇଟି ଝିଅ ରହିଛନ୍ତି । ପୀଡିତା ଜଣକ ଦୀର୍ଘଦିନ ଏକୁଟିଆ ସହିବା ପରେ ଏବେ ମୁହଁ ଖୋଲିଛନ୍ତି ବୋଲି ତାଙ୍କ ଭାଇ କହିଛନ୍ତି। ଏବେ ମହିଳା ଜଣକ ଥାନାରେ ଯାଇ ଅଭିଯୋଗ କରିଛନ୍ତି । ପୋଲିସ ନିକଟରେ ଅଭିଯୋଗ କରିବା ପରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି ।