25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶମହିଳାଙ୍କ ସହ ଦୁଷ୍କର୍ମ କଲେ ସ୍ୱାମୀଙ୍କ ବନ୍ଧୁ

ମହିଳାଙ୍କ ସହ ଦୁଷ୍କର୍ମ କଲେ ସ୍ୱାମୀଙ୍କ ବନ୍ଧୁ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ମହିଳାଙ୍କୁ କାଫେକୁ ଡାକି ଦୁଷ୍କର୍ମ କଲେ ମହିଳାଙ୍କ ସ୍ୱାମୀଙ୍କ ବନ୍ଧୁ। ଦୁଷ୍କର୍ମ ପରେ ମହିଳାଙ୍କୁ କାହାକୁ କହିଲେ ପରିଣାମ ଖରାପ ହେବ ବୋଲି ମଧ୍ୟ ଧମକ ଦେଲେ। ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏହି ଭଳି ଘଟଣା। ଦୁଷ୍କର୍ମର ଶିକାର ହୋଇଛନ୍ତି ମହିଳା। ସ୍ୱାମୀଙ୍କ ବନ୍ଧୁ ମହିଳାଙ୍କୁ ତାଙ୍କ କାଫେକୁ ଡାକିଥିଲେ। ମହିଳାଙ୍କ ସହିତ ଦୁଷ୍କର୍ମ କରିବାକୁ ସ୍ୱାମୀଙ୍କ ବନ୍ଧୁ ରଚିଥିଲେ ଷଡ଼ଯନ୍ତ୍ର। ମହିଳାଙ୍କୁ ସିକ୍ରେଟ୍ କ୍ୟାବିନ୍‌କୁ ନେଇ ସେଠାରେ କରିଥିଲେ ଦୁଷ୍କର୍ମ। ମହିଳା ଜଣଙ୍କ ଚିତ୍କାର କରିଥିଲେ ମଧ୍ୟ ସ୍ୱାମୀଙ୍କ ବନ୍ଧୁ ତାଙ୍କୁ ଛାଡ଼ି ନଥିଲେ। ଦୁଷ୍କର୍ମ ପରେ ମହିଳାଙ୍କୁ ସ୍ୱାମୀଙ୍କ ବନ୍ଧୁ ଧମକାଇଥିଲେ କହିଥିଲେ, ଯାହା ବି ଏଠି ଘଟିଲା ଏସବୁ କାହାକୁ କହିବନି। ଯଦି କହିବ ପରିଣାମ ଅଧିକ ଖରାପ ହେବ।

ପୀଡିତା ପ୍ରଥମେ ଭୟରେ କାହାକୁ କିଛି କହି ନଥିଲେ। ତା’ପରେ ସେ ସାହସ ସଂଗ୍ରହ କରି ପୋଲିସ ଷ୍ଟେସନକୁ ଯାଇ ପୋଲିସକୁ ତାଙ୍କ ସହ ଘଟିଯାଇଥିବା ଘଟଣା କହିଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ମାମଲାଟି ଆଧାରତାଲ ଥାନା ଅଞ୍ଚଳର। ପୋଲିସ କହିଛି ଆଧାରତାଲର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବନ୍ଧୁଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଛନ୍ତି। ପୀଡିତାଙ୍କ ଅନୁଯାୟୀ, ମୋହିତ ପଟେଲ ତାଙ୍କୁ ଆଧାରତାଲର ମୁନ୍ ଲାଇଟ୍ କାଫେକୁ ଡାକିଥିଲେ। ସେ ଫୋନ୍ କରି ଡାକିଥିଲେ କହିଥିଲେ ଭାଉଜ କାଫେକୁ ଆସନ୍ତୁ। ମୁଁ ଆପଣଙ୍କ ସହିତ କିଛି ବିଷୟରେ କଥା ହେବାକୁ ଚାହୁଁଛି।

ତା’ପରେ ସେ ତାଙ୍କୁ କାଫେର କ୍ୟାବିନକୁ ନେଇ ବଳାତ୍କାର କଲେ। ଏହା ପରେ ମୋହିତ ମୋତେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲେ। ମହିଳା ଜଣକ କହିଥିଲେ ମୋହିତ ମୋ ସ୍ୱାମୀଙ୍କ ବନ୍ଧୁ ହୋଇଥିବାରୁ ମୁଁ ତାଙ୍କ ଉପରେ ବିଶ୍ୱାସ କରିଥିଲି। କିନ୍ତୁ ସେ ମୋତେ କେଉଁ ଉଦ୍ଦେଶ୍ୟରେ କାଫେକୁ ଡାକୁଥିଲେ ତାହା ମୁଁ ଜାଣି ନଥିଲି। ମୁଁ ସେଠାକୁ ଯିବା ମାତ୍ରେ ସେ ମୋତେ କ୍ୟାବିନକୁ ନେଇଗଲେ। ସେଠାରେ ଦୁଷ୍କର୍ମ କରିଥିଲେ। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏହି ମହିଳା ତାଙ୍କ ଫୋନରେ ଅଭିଯୁକ୍ତଙ୍କ ପାଖକୁ କିପରି ଗଲେ? ସେ ତାଙ୍କ ସ୍ୱାମୀଙ୍କ ବନ୍ଧୁଙ୍କୁ କିପରି ବିଶ୍ୱାସ କଲେ? ଏହି ସମସ୍ତ ପ୍ରଶ୍ନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ତଦନ୍ତ ପରେ ହିଁ ଏହି ସମ୍ପୂର୍ଣ୍ଣ ଘଟଣା ପ୍ରକାଶ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking