20.1 C
Bhubaneswar
Sunday, December 21, 2025
Homeଓଡିଶାଭଡ଼ାଘରେ ପଡ଼ିଛି ସ୍ୱାମୀଙ୍କ ମୃତଦେହ, ସ୍ତ୍ରୀ ଫେରାର

ଭଡ଼ାଘରେ ପଡ଼ିଛି ସ୍ୱାମୀଙ୍କ ମୃତଦେହ, ସ୍ତ୍ରୀ ଫେରାର

ଗଜପତି : ଗଜପତି ଜିଲା ପାରଳାଖେମୁଣ୍ଡି ନଗର ପଲ୍ଲୀ ସାହିର ଏକ ଭଡ଼ାଘରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବାବେଳେ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ଜଣଙ୍କ ହେଉଛନ୍ତି ଗୁଣୁପୁର ନିକଟ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ମାଛଖୁଣ୍ଟି ଗ୍ରାମର ଜଗଦୀଶ ମେଲେକା। ଉକ୍ତ ଭଡ଼ାଘରେ ସ୍ତ୍ରୀ-ସ୍ୱାମୀ ଦୁହେଁ ରହୁଥିବା ବେଳେ, ସ୍ତ୍ରୀ ଫେରାର ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ସ୍ତ୍ରୀ କଳହରୁ କୌଣସି କାରଣରୁ ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀ ଫେରାର ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସୂଚନାନୁଯାୟୀ, କିଛି ମାସ ତଳେ ଉଭୟେ ପ୍ରେମ ବିବାହ କରିଥଲେ। ଘରେ କିଛି ଦିନ ରହିବା ପରେ ପାରଳାଖେମୁଣ୍ଡିରେ ଚାକିରି କରିଥିବା କହିବାରୁ ସେଠାରେ ଉଭୟେ ମିଳିମିଶି ରହିବା କହି ପାରଳାଖେମୁଣ୍ଡି ଆସି ଏକ ଭଡ଼ାଘରେ ୪ ମାସ ହେଲା ରହି ଆସୁଥିଲେ। ଉଭୟଙ୍କ ମଧ୍ୟରେ କୌଣସି କଥାକୁ ମନୋମାଳିନ୍ୟ ରହିଥିଲା। ତେଣୁ ସେ ହିଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking