33.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶମାଣବସା ଗୁରୁବାରରେ ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ମାଣବସା ଗୁରୁବାରରେ ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ବାଲେଶ୍ୱର: ଘରୋଇ କଳହରୁ ମାର୍ଗଶିର ମାସ ମାଣବସା ଗୁରୁବାରରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବାର ଭୋଗରାଇ ଥାନାରେ ଅଭିଯୋଗ ହୋଇଛି କ୍ଷ ଅଭିଯୋଗ ଅନୁଯାୟୀ, ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ମୃତ ମହିଳା ହେଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ରାମକୃଷ୍ଣ ମାହାନାଙ୍କ ସ୍ତ୍ରୀ ସସ୍ମିତା। ତାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।

ମୃତା ସସ୍ମିତାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣି ପୋଲିସ ଗାଡ଼ିରେ ଥିବା ରାମକୃଷ୍ଣଙ୍କୁ ତାଙ୍କ ହାତରେ ଛାଡ଼ି ଦେବାକୁ ଅଡ଼ି ବସିଥିଲେ। ଏଭଳି ସ୍ଥିତିରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିସ ଗାଡ଼ିକୁ ମଧ୍ୟ ମୃତା ମହିଳାଙ୍କ ଆତ୍ମୀୟ ସ୍ୱଜନମାନେ ଘେରିଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ସେଠାରେ କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଭିଯୋଗକାରୀ ସସ୍ମିତାଙ୍କ ମା’ସବିତା ବେହେରାଙ୍କ କହିବାନୁଯାୟୀ, ବିବାହ ପରଠାରୁ ସ୍ୱାମୀ ଶ୍ୱଶୁର ତାଙ୍କ ଝିଅକୁ ଶାରୀରିକ ଓ ମାନସିକ ଭାବେ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଗ୍ରାମରେ ବାରମ୍ବାର ଏଥିପାଇଁ ବୈଠକ ବସି ସମାଧାନ ହୋଇପାରୁ ନ ଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକନ୍ଦ୍ରରେ ସସ୍ମିତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବାର ସୂଚନା ମିଳିଛି କ୍ଷ ମୃତା ସସ୍ମିତାଙ୍କର ୨ ବର୍ଷର ଜଣେ ଝିଅ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking