26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶସ୍ତ୍ରୀ ମୁହଁରେ ଏସିଡ୍ ପକାଇ ସ୍ୱାମୀ ଫେରାର

ସ୍ତ୍ରୀ ମୁହଁରେ ଏସିଡ୍ ପକାଇ ସ୍ୱାମୀ ଫେରାର

ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜଧାନୀ ବେଙ୍ଗଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ଉପରେ ଏସିଡ୍ ମାଡ଼ କରିଛି।ଏମାନଙ୍କ ମଧ୍ୟରେ ଉଚ୍ଚ ଧ୍ୱନିରେ ଗୀତ ଶୁଣିବାକୁ ନେଇ ଝଗଡ଼ା ହେବା ପରେ ଏହି ଘଟଣା ଘଟିଛି। ମଦ ପିଇଥିବା ସ୍ୱାମୀ ମୋବାଇଲରେ ହାଇ ଭଲ୍ୟୁମରେ ଗୀତ ଶୁଣୁଥିଲା। ସ୍ତ୍ରୀ ଜଣକ ତାଙ୍କୁ ମନା କରିଥିଲେ।

ଯାହାପରେ ସେ ରାଗିଯାଇ ଟଏଲେଟ ସଫା ହେଉଥିବା ଏସିଡ ନିଜ ସ୍ତ୍ରୀ ଉପରେ ପକାଇଥିଲେ। ସ୍ତ୍ରୀଙ୍କର ମୁଣ୍ଡ ଏବଂ ମୁହଁ ଏସିଡ କାରଣରୁ ଜଳିଯାଇଛି। ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛି ଯେ, ଏହି ପୂରା ମାମଲା ବେଙ୍ଗଲୁରୁର ସିଦ୍ଧହଲ୍ଲୀର ଅଟେ। ଏଠାରେ ୧୦ ମେ’ରେ ସ୍ୱାମୀ ନିଜ ସ୍ତ୍ରୀ ଉପରେ ଏସିଡ୍ ଫିଙ୍ଗିଥିଲା। ମହିଳା ଜଣକ ପେଶାରେ ବ୍ୟୁଟିସିଆନ। ପୀଡ଼ିତା ଅଭିଯୋଗ ଆଣିଛନ୍ତି ଯେ, ରାତି ପାଖାପାଖି ୯ଟାରେ ତାଙ୍କ ସ୍ୱାମୀ ତାଙ୍କୁ ମଦ କିଣିବା ଲାଗି ଟଙ୍କା ମାଗିଥିଲା। ସେ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏହି ସମୟରେ ସ୍ୱାମୀ ଜଣକ ଟଙ୍କାର ବନ୍ଦୋବସ୍ତ କରି ମଦ ପିଇବାକୁ ଚାଲିଯାଇଥିଲା।

ଏହାପରେ ସ୍ୱାମୀଜଣକ ମଦ ପିଇ ଘରକୁ ଫେରିଥିଲେ। ଏହାପରେ ନିଜ ଫୋନରେ ଜୋର ସାଉଣ୍ଡରେ ଗୀତ ବଜାଇଥିଲେ। ଏ ନେଇ ସ୍ତ୍ରୀ ଜଣକ ସ୍ୱାମୀକୁ ଅଧିକ ସାଉଣ୍ଡରେ ଗୀତ ଶୁଣିବାକୁ ମନା କରିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାପରେ ସ୍ୱାମୀଜଣକ ଏସିଡ୍ ଫିଙ୍ଗିଥିଲା ସ୍ତ୍ରୀ ଉପରକୁ। ଏହାପରେ ମହିଳା ଚିଲାଇବାକୁ ଲାଗିଥିଲେ। ପଡ଼ୋଶୀମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଏହି ସମୟରେ ସ୍ୱାମୀ ଘଟଣାସ୍ଥଳରୁ ଫେରାର ଅଛି। ଏ ନେଇ ଥାନାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ସ୍ୱାମୀକୁ ଖୋଜୁଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking