19.1 C
Bhubaneswar
Friday, December 5, 2025
Homeଦେଶ ବିଦେଶପତ୍ନୀକୁ ଛୁରୀ ଭୁଶି ଜୀଅନ୍ତା ସୁଟକେସ୍‌ରେ ଭର୍ତ୍ତି କରିଥିଲା ସ୍ୱାମୀ

ପତ୍ନୀକୁ ଛୁରୀ ଭୁଶି ଜୀଅନ୍ତା ସୁଟକେସ୍‌ରେ ଭର୍ତ୍ତି କରିଥିଲା ସ୍ୱାମୀ

ବେଙ୍ଗାଲୁର: ବେଙ୍ଗାଲୁରରେ ପତ୍ନୀଙ୍କୁ ହତ୍ୟାକରୀ ସୁଟ୍‌କେସ୍‌ରେ ଭର୍ତ୍ତି କରିବା ମାମଲା। ହତ୍ୟାକାରୀ ସ୍ୱାମୀ କିଭଳି କେସ୍‌କୁ ମିସ ଲିଡ୍ କରିବାକୁ ମିଛ କହୁଥିଲା ସେ ନେଇ ଗୋଟି ଗୋଟି କରି କଥା ସାମନାକୁ ଆସିଛି। ହତ୍ୟା କରିବା ପରେ ପତ୍ନୀ ଆତ୍ମହତ୍ୟା କରିଥିଲା ବୋଲି ପଡୋଶୀଙ୍କୁ କହିଥିଲା ଅଭିଯୁକ୍ତ ସ୍ୱାମୀ ରାକେଶ ରାଜେନ୍ଦ୍ର ଖେଡକର। ସେ ରହୁଥିବା ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଭୁ ସିଂହ ନାମକ ଭଡାଟିଆଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା। ସେ କହିଥିଲା, ତା’ର ସ୍ତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏପରିକି ପୋଲିସ ଏବଂ ବିଲ୍ଡିଂର ମାଲିକଙ୍କୁ ଜଣାଇବାକୁ ମଧ୍ୟ କହିଥିଲା। ଏହାପରେ ପ୍ରଭୁ ସିଂହ ପୋଲିସ କନଟ୍ରୋଲ ରୁମ୍ ଓ ଘର ମାଲିକଙ୍କୁ ଫୋନ୍ କରି ଜଣାଇଥିଲେ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ରାକେଶ ନିଜକୁ ମାନସିକ ସ୍ତରରେ ଖୁବ୍ ଚିନ୍ତିତ ବୋଲି ଅଭିନୟ କରୁଛି। ନଚେତ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛି। ଅନ୍ୟମାନଙ୍କର ସହାନୁଭୁତି ପାଇବାକୁ କେସ୍‌କୁ ମିସଲିଡ୍ କରୁଛି। ଏଥିରୁ ଲାଗୁଛି ହତ୍ୟାକରିବାର ଯୋଜନା ନେଇ ସେ ତା’ର ପତ୍ନୀକୁ ବେଙ୍ଗାଲୁର ନେଇକି ଆସିଥିଲା। ଉଲ୍ଲେଖନୀୟ ଯେ, ଗତ ୨୬ ତାରିଖରେ ବେଙ୍ଗାଲୁରର ଆଇଟି ପ୍ରଫେସନାଲ ରାକେଶ ନିଜ ପତ୍ନୀ ଗୌରି ଅନିଲ ସମ୍ବ୍ରେକରକୁ ଚୁରି ମାରି ହତ୍ୟା କରିଥିଲା। ପ୍ରଥମେ ପେଟରୁ ଛୁରି ଭୁଶିଥିଲା। ଏହାପରେ ଗଳାକାଟି ଦେଇଥିଲା। କେବଳ ସେତିକି ନୁହେଁ ପତ୍ନୀକୁ ସୁଟ୍‌କେସ୍ ଭିତରେ ପୁରାଇ ବାଥ୍‌ରୁମ୍‌ରେ ରଖି ମହାରାଷ୍ଟ୍ର ପଳାଇ ଯାଇଥିଲା। ଫରେନସିନ୍ ରିପୋର୍ଟରେ ସୁଟକେସ୍ ଭିତରୁ ପ୍ରଚୁର ମାତ୍ରାରେ କଫ ମିଳିଛି। କଫ ସେତେବେଳେ ବାହାରେ ଯେତେବେଳେ ଜଣେ ମଣିଷ ବଞ୍ଚିଥାଏ।

ଫରେନସିକ୍ ଟିମ୍ କହିଛି, ଗୌରିଙ୍କ ମୃତ୍ୟୁ ସୁଟକେସ୍ ଭିତରେ ହୋଇଛି। ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଛି। ହତ୍ୟା କରିବା ପରେ ରାକେଶ ପୁନେ ପଳାଇ ଯାଇଥିଲା। ସେଠାରୁ ସେ ନିଜ ଶଳାକୁ ଫୋନ୍ କରି କହିଥିଲା ଗୌରିକୁ ମାରିଦେଇଛି। ରାକେଶକୁ ପୋଲିସ ଗୁରୁବାର ସନ୍ଧ୍ୟାରେ ଗିରଫ କରିଥିଲା।ଏହାର କିଛି ମିନିଟ୍ ପୂର୍ବରୁ ସେ ପୁନେର ସିରୱାଲ ପୋଲିସ ଷ୍ଟେସନ୍‌ରେ ଆତ୍ମସପର୍ମଣ କରିଥିଲା। ୨୬ ତାରିଖ ରାତିରେ ରାକେଶ ଓ ଗୌରିଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗୌରିଙ୍କୁ ରାକେଶ ଚାପୁଡା ମାରିଥିଲା। ଏହାପରେ ଗୌରି ଛୁରୀ ଫୋପାଡି ଦେଇଥିଲେ,ଫଳରେ ରାକେଶକୁ ସାମାନ୍ୟ ଆଘାତ ଲାଗିଥିଲା। ଏହାପରେ ରାଗରେ ଗୌରିଙ୍କ ବେକରେ ଦୁଇଥର ଓ ପେଟରେ ଥରେ ଛୁରିମାଡ କରିଥିଲା ରାକେଶ। ଏହାପରେ ଗୌରି ମରିଯାଇଥିବା ଭାବି ଟ୍ରଲି ବ୍ୟାଗ୍‌ରେ ପ୍ୟାକ୍ କରିଦେଇଥିଲା। ଏହାକୁ ନିଜ ସାଙ୍ଗରେ ନେଇଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ସୁଟକେସ୍ ହାଣ୍ଡେଲ ଭାଙ୍ଗିଯାଇଥିଲା। ସେତେବେଳେ ରାକେଶ ସୁଟକେସ୍‌କୁ ବାଥରୁମ୍‌ରେ ଛାଡି ଦେଇଥିଲା ଓ ଚଟାଣରୁ ରକ୍ତ ସଫା କରିଥିଲା। ଏହାପରେ ଘରକୁ ବାହାର ପଟୁ ତାଲା ପକାଇ ରାକେଶ ନିଜର ହୋଣ୍ଡା ସିଟି କାରରେ ପୁନେ ପଳାଇ ଯାଇଥିଲା। ଅଭିଯୁକ୍ତ କହିଛି ସେ ପତ୍ନୀକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା ଚେଷ୍ଟା କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking