27.1 C
Bhubaneswar
Wednesday, February 4, 2026
Homeଓଡିଶାସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ବାଲେଶ୍ଵର: ବାଲେଶ୍ୱରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରେ ବାଲେଶ୍ଵର ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅମାନବୀୟ ଘଟଣା ଜିଲ୍ଲାର ରାଇବଣିଆ ଥାନା ସୀମା ଅନ୍ତର୍ଗତ ଚକୁଆପାଳ ଗାଁରେ ଘଟିଛି। ମୃତ ମହିଳାଙ୍କ ନାମ ଜୟନ୍ତୀ ପାତ୍ର ଏବଂ ତାଙ୍କ ଅଭିଯୁକ୍ତ ସ୍ୱାମୀଙ୍କୁ ଚନ୍ଦ୍ର ମୋହନ ପାତ୍ର ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ଚକୁଆପାଳ ଗାଁର ଚନ୍ଦ୍ର ମୋହନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କ ମଧ୍ୟରେ ଗତକାଲି କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।

ଚନ୍ଦ୍ର ମୋହନ ଉତ୍ତେଜିତ ହୋଇ ଏକ ଧାରୁଆ ଅସ୍ତ୍ରରେ ଜୟନ୍ତୀଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ସେ ତାଙ୍କ ମୁଣ୍ଡ କାଟି ଦେଇଥିବା ଅଭିଯୋଗ ହୋଇଛି, ଯାହା ଫଳରେ ଜୟନ୍ତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣା ପରେ ସ୍ୱାମୀ ଚନ୍ଦ୍ର ମୋହନ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସୂଚନା ପାଇ ରାଇବଣିଆ ପୋଲିସ ଏବଂ ଜଳେଶ୍ୱର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking