ନୂଆଦିଲ୍ଲୀ: ଅପମାନର ପ୍ରତିଶୋଧ ନେବାକୁ ଯାଇ ହତ୍ୟାକାରୀ ସାଜିଲା ସ୍ୱାମୀ । ବାଥରୁମରେ ପୋଷାକ ସଫା କରିବା ସମୟରେ ସ୍ତ୍ରୀକୁ ଗୁଳିମାରି ଦେଲେ ଅବସରପ୍ରାପ୍ତ ଯବାନ । ମଙ୍ଗଳବାର ଅପରାହ୍ନରେ ଆଗ୍ରା ଥାନା ଅନ୍ତର୍ଗତ ଦୁର୍ଗା ନଗରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୋଟିଏ ପରେ ଗୋଟିଏ, ସାତୋଟି ଗୁଳି ସ୍ତ୍ରୀଙ୍କ ମୁଣ୍ଡକୁ ମାରିଛନ୍ତି । ଏହି କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ । ଖବର ପାଇବା ପରେ ବିଳମ୍ବିତ ରାତ୍ରିରେ ତାଙ୍କୁ ଗିରଫ କରାଯାଇଛି ।