33.1 C
Bhubaneswar
Monday, March 30, 2026
Homeଦେଶ ବିଦେଶସ୍ତ୍ରୀ ଥାଉ ଥାଉ ମାସ ମାସ ଧରି ଶାଳୀକୁ ଦୁଷ୍କର୍ମ କରୁଥିଲା ସ୍ୱାମୀ

ସ୍ତ୍ରୀ ଥାଉ ଥାଉ ମାସ ମାସ ଧରି ଶାଳୀକୁ ଦୁଷ୍କର୍ମ କରୁଥିଲା ସ୍ୱାମୀ

ମୁମ୍ବାଇ: ସ୍ତ୍ରୀ ଥାଉ ଥାଉ ମାସ ମାସ ଧରି ଶାଳୀକୁ ଦୁଷ୍କର୍ମ କରୁଥିଲା ସ୍ୱାମୀ। ଶାଳୀ ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ଆଶ୍ଚର‌୍ୟ୍ୟ କଲା ପରି ସତ। ମହାରାଷ୍ଟ୍ରର ମୁମ୍ବାଇରୁ ଏଭଳି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ତାଙ୍କ ଶାଳୀକୁ ମାର୍ଚ୍ଚ ୨୦୨୪ ରୁ ଚଳିତ ବର୍ଷ ଜୁଲାଇ ପର‌୍ୟ୍ୟନ୍ତ ଲଗାତାର ଭାବେ ଅନେକ ଥର ବଳାତ୍କାର କରିଥିଲେ। କେବଳ ଏତିକି ନୁହେଁ, ଯେତେବେଳେ ଶାଳୀ ଗର୍ଭବତୀ ହେଲେ, ସେ ତାଙ୍କ ବଡ଼ ଭଉଣୀଙ୍କୁ ଏହି ସବୁ କଥା କହିଥିଲେ। କିନ୍ତୁ ବଡ଼ ଭଉଣୀ କିଛି କରିବା ପରିବର୍ତ୍ତେ ତାଙ୍କ ଭଉଣୀଙ୍କୁ ଚୁପ୍ ରହିବାକୁ କହିଥିଲେ।

ସ୍ୱାମୀଙ୍କ କାର‌୍ୟ୍ୟକୁ ଲୁଚାଇବା ପାଇଁ ବଡ଼ ଭଉଣୀ ସାନ ଭଉଣୀକୁ ଡାକ୍ତରୀ ପରୀକ୍ଷା କିମ୍ବା ଚିକିତ୍ସା ପାଇଁ ବାହାରକୁ ଯିବାକୁ ଦେଇ ନଥିଲେ। ସେ ନିଜେ ଘରେ ଭଉଣୀର ପ୍ରସବ କରାଇଥିଲେ। କିନ୍ତୁ ଯେତେବେଳେ ମହିଳାଙ୍କର ଅବସ୍ଥା ଖରାପ ହେବାକୁ ଲାଗିଲା, ତାଙ୍କୁ ଭାବା ହସ୍ପିଟାଲକୁ ନିଆଯାଇଥିଲା। ଏହା ପରେ, ପୋଲିସ ହସ୍ପିଟାଲରୁ ଏହି ଘଟଣା ବିଷୟରେ ସୂଚନା ପାଇଲା। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ମହିଳା ଏବଂ ତାଙ୍କ ପିଲା ଉଭୟ ବର୍ତ୍ତମାନ ସୁସ୍ଥ ଅଛନ୍ତି। ପୀଡିତା ପୋଲିସକୁ କହିଛନ୍ତି ଯେ ତାଙ୍କ ଭିଣୋଇ ତାଙ୍କ ସହିତ ୨୦୨୪ ମାର୍ଚ୍ଚରୁ ଚଳିତ ବର୍ଷ ଜୁଲାଇ ପର‌୍ୟ୍ୟନ୍ତ ଅନେକ ଥର ବଳାତ୍କାର କରିଛନ୍ତି। ଗର୍ଭବତୀ ହେବା ପରେ ପୀଡିତା ତାଙ୍କ ବଡ଼ ଭଉଣୀଙ୍କ ନିକଟରେ ଏ ବିଷୟରେ ଅଭିଯୋଗ କରିବାରୁ ସେ ତାଙ୍କୁ ଚୁପ୍ ରହିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking