ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପେଟ୍ରୋଲ ଢାଳି ଜାଳି ଦେଇଛି ମଦ୍ୟପ ସ୍ୱାମୀ । ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ସାମାନ୍ୟ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେବା ଏହା ଅସାଧୁ ବ୍ୟକ୍ତିଙ୍କ ପରିଚୟ ଅଟେ । ଏହିି ଖବର ନୂଆ ନୁହେଁ ।ଏପରି କେତେ ଯୁବକ, ଯୁବତୀ ନିଆଁରେ ଜାଳି ହୋଇ ଜୀବନ ହାରିଛନ୍ତି ।










