14.1 C
Bhubaneswar
Friday, December 19, 2025
Homeଓଡିଶାପରିବାରର କଷ୍ଟକୁ ସହିନପାରି ଜୀବନ ହାରିଲେ ସ୍ବାମୀ

ପରିବାରର କଷ୍ଟକୁ ସହିନପାରି ଜୀବନ ହାରିଲେ ସ୍ବାମୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ପଣପଣା ପଂଚାୟତ ମାଲଦାପଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ହରିହର ବେହେରାଙ୍କ ପୁତ୍ର ପଦ୍ମଲୋଚନ । ପଦ୍ମଲୋଚନ ଗତ ତିନି ମାସ ତଳେ ବାଇକ ଦୁର୍ଘଟଣାରେ ଆହତ ହୋଇଥିଲେ। ସେବେଠାରୁ ପଦ୍ମଲୋଚନ ଚାଲିପାରୁନଥିଲେ। ପଦ୍ମଲୋଚନଙ୍କ ପତ୍ନୀ  ସମସ୍ତ ଟଙ୍କା ଖର୍ଚ୍ଚକରି ସ୍ୱାସ୍ଥ୍ୟ ଅବସ୍ଥା ସୁଧାରି ଆଣିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଜେ କଷ୍ଟ ପାଉଥିବା ବେଳେ ପରିବାର ଦୁଃଖ କଷ୍ଟକୁ ଆଖିରେ ଦେଖି ସହି ପାରୁନଥିଲେ। ପରିବାରର ଏପରି ଅସହାୟ ଅବସ୍ଥାକୁ  ସହି ନପାରି ଘରେ ଆଜି କେହି ନଥିବା ବେଳେ ଘର ଛାତ ଉପରକୁ ଯାଇ ବେକରେ ଦଉଡ଼ି ଗୁଡ଼ାଇ ଓହଳି ପଡ଼ିଥିଲେ।  ଲୋକେ ପଦ୍ମଲୋଚନ ଓହଳି ଥିବାର ଜାଣିପାରି ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣା ସ୍ଥଳରେ ଶବକୁ ଜବତ କରିବା ସହିତ   ଏକ ଅପମର୍ତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking