19.1 C
Bhubaneswar
Sunday, January 11, 2026
Homeଦେଶ ବିଦେଶଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ: ପାଟନାରେ ଯୌତୁକ ହତ୍ୟା ମାମଲାରେ ଜଣେ ଓକିଲ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା  ପାଟନା ଜିଲ୍ଲା  ଶାସ୍ତ୍ରୀ ନଗର ପୋଲିସ ଥାନା ଅଞ୍ଚଳରେ  ଘଟିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଜାରି ରଖିଛି । ମୃତ ମହିଳାଙ୍କ ଭାଇଙ୍କ କହିବା ଅନୁଯାୟୀ,  ତିନି ବର୍ଷ ପୂର୍ବେ ମୋତିହାରୀର ବାସିନ୍ଦା  ରାହୁଲ କୁମାରଙ୍କ ସହିତ  ବିବାହ କରିଥିଲେ ।  କାର ସମେତ ସବୁ ଜିନିଷ ଦିଆଯାଇଥିଲା । କିନ୍ତୁ ଫର୍ଣ୍ଣିଚର ଦିଆଯାଇନଥିଲା । ଏଥିପାଇଁ ଭଉଣୀଙ୍କୁ ନିର୍ଯାତନା ଦେଉଥିଲେ । ସେ ବାରମ୍ବାର ବାପାଙ୍କୁ  ଫୋନ କରି ସବୁ କଥା କହୁଥିଲା । ହେଲେ ଗତକାଲି ସେମାନେ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ।   ଏହି ମାମଲାରେ  ପୋଲିସ କହିଛି ଯେ, ସମ୍ପୁର୍ଣ୍ଣ ମାମଲାର ତଦନ୍ତ କରାଯାଉଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ଜାଣିବା ପାଇଁ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସତ୍ୟତା ଜଣା ପଡିବ ବୋଲି ପୋଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking