23.1 C
Bhubaneswar
Thursday, December 25, 2025
Homeଓଡିଶାସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ବଲାଙ୍ଗୀର: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏଭଳି ହତ୍ୟାକାଣ୍ଡ ବଲାଙ୍ଗିର ଜିଲ୍ଲାର ଦେଓଗାଁ ଥାନା ଗାଇ ବାହାଲ ପଞ୍ଚାୟତର ଜୁର୍ଲାକାନି ଗାଁରେ ଘଟିଛି । ଉଭୟଙ୍କ ଭିତରେ କୌଣସି କାରଣରୁ ଝଗଡା ସଡଷ୍ଟି ହୋଇଥିଲା ପରେ ସ୍ୱାମୀ ମାଧବ ମଲ୍ଲିକ ରାଗ ଜରଜରରେ ସ୍ତ୍ରୀ ତପଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଶବ ନେଇ ଅନ୍ୟତ୍ର ଫିଙ୍ଗି ଦେବାକୁ ଚେଷ୍ଟା କରୁଥିବା ବେଳେ ସମ୍ପର୍କୀୟ ଭାଇ ହାତରେ ଧରା ପଡିଥିଲେ । ଏହି ମାମଲାରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ତେବେ ସେ ଅସୁସ୍ଥ ଥିବାରୁ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଦେଓଗାଁ ପୋଲିସ ପହଞ୍ଚି ଶବକୁ ଜବତ କରି ହତ୍ୟାକାଣ୍ଡକୁ ନେଇ ତନାଘନା ଚଲାଇଛି । ଏପରିକି ସାଇଣ୍ଟିଫିକ ଟିମ ଆସି ତଦନ୍ତ ଚଲାଇଛନ୍ତି । ଏନେଇ ପୋଲିସ ଅଧିକ ତଥ୍ୟ ଦେଇନଥିବା ବେଳେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଚି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking