21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶସ୍ତ୍ରୀକୁ ମାରି ଟାଙ୍ଗିଦେଲା ସ୍ୱାମୀ

ସ୍ତ୍ରୀକୁ ମାରି ଟାଙ୍ଗିଦେଲା ସ୍ୱାମୀ

ଲକ୍ଷ୍ନୌ: ପିଲା ଆଗରେ ଝୁଲୁଛି ମା’ର ମୃତଦେହ । ମା’କୁ ଡାକୁଛି ଝିଅ ହେଲେ ସେ ଶୁଣୁନାହାନ୍ତି । ସେ କଣ ଜାଣିଛି ଯେ ତା ମା’ ଆଉ ଏ ଦୁନିଆରେ ନାହିଁ । ଆଉ ଜେଜେ ମାଆକୁ ଭିଡିଓ କଲ କରି ୪ ବର୍ଷର ନାତୁଣି କହୁଛି ଜେଜେମାଆ ଦେଖ ବାପା ମା’କୁ ମାରି ଟାଙ୍ଗି ଦେଲେ । ଯେତେ ଡାକିଲେ ବି ମାଆ ଶୁଣୁନାହାନ୍ତି । ଉତ୍ତରପ୍ରଦେଶ ଗାଜିଆବାଦ ମୋରଦାବାଦରେ ଘଟିଛି କିଛି ଏପରି ଛାତିଥରା ଘଟଣା । ଜଣେ ସ୍ୱାମୀ ତାର ସ୍ତ୍ରୀ ହତ୍ୟା କରି ଟାଙ୍ଗି ଦେବା ପରେ ତାଙ୍କର ୪ ବର୍ଷର ଝିଅ ଫୋନ୍ କରି ଜେଜେମାଆଙ୍କୁ ଘଟଣା ବାବଦରେ କହିଛି । ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ହେପାଜତକୁ ନେଇଛି । ୩୫ ବର୍ଷୀୟା ମୃତକ ରୁବି ରାଣୀ ଏକ ପ୍ରାଥମିକ ସ୍କୁର ଶିକ୍ଷୟତ୍ରୀ ଥିଲେ । ତାଙ୍କ ସ୍ୱାମୀ ରୋହିତ କୁମାର ଜଣେ ସଫ୍ଟୱେର ଇଞ୍ଜିନିୟର । ୨୦୧୯ରେ ରୁବି ଓ ରୋହିତ ବିବାହ କରିଥିଲେ ।

ଦୁହିଁଙ୍କର ଗୋଟିଏ ୪ ବର୍ଷର କନ୍ୟା ସନ୍ତାନ ରହିଛି । ମୋରଦାବାଦ ବୁଦ୍ଧି ବିହାର କୋଲେନୀରେ ଏକ ଭଡା ଘରେ ରହୁଥିଲେ । ତାଙ୍କ ପ୍ରକୃତ ଘର ଗାଜିଆବାଦର ମୁରାଦନଗରେ । ବିବାହର କିଛି ବର୍ଷ ଦୁହିଁଙ୍କର ସମ୍ପର୍କ ଠିକଠାକ୍ ଚାଲିଥିଲା । ହେଲେ କିଛି ବର୍ଷରେ ସମ୍ପର୍କରେ ଆସିଥିଲା ତିକ୍ତତା । ସେ ଘରୁ କାମ କରୁଥିଲେ । ରୋହିତଙ୍କର ମୋଦିନଗରରେ ଏକ ଘର ଥିଲା ଯାହାକୁ ସେ ବିକ୍ରି କରିବାକୁ ଚାହୁଁଥିଲେ । ଏହା ସହିତ ରୁବିଙ୍କୁ ତାଙ୍କ ଘରୁ ଟଙ୍କା ଆଣିବାକୁ ଚାପ ପକାଉଥିଲେ ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ମୃତକ ରୁବି ରାଣୀଙ୍କ ବାପଘର ଲୋକ କହିବା ଅନୁସାରେ, ବୁଧବାର ସନ୍ଧ୍ୟାରେ ୪ ବର୍ଷର ନାତୁଣି ଔଜସ୍ୱୀ ତାଙ୍କ ଫୋନ୍ କରିଥିଲା ।

ସେ କହିଲା କି ମାଆକୁ ବାପା ଟାଙ୍ଗି ଦେଲେ । ଫୋନରେ ରୁବିର ମୃତଦେହ ଝୁଲୁଥିବା ଦେଖି ଆମ ହୋସ୍ ଉଡିଯାଇଥିଲା । ଏହାପରେ ରୁବିଙ୍କ ମାଆ ପୋଲିସକୁ ଘଟଣା ବାବଦରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀକୁ ହେପାଜତରେ ନେଇ ପଚରାଉଚରା କରୁଛି ପୋଲିସ । ଘଟଣାର ପ୍ରାଥମିକ ତଦନ୍ତ ନେଇ ସିଟି ଏସପି, ରଣବିଜୟ ସିଂହ କହିଛନ୍ତି, ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ କରୁଛନ୍ତି । ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ ହୋଇଛି । ରୋହିତଙ୍କୁ ହେପାଜତକୁ ପଚରାଉଚରା କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟରେ ଯାହା ତଥ୍ୟ ଆସିବ ତାକୁ ଆଧାର କରି ତଦନ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking