17.1 C
Bhubaneswar
Wednesday, February 11, 2026
Homeଅପରାଧମୋବାଇଲର ହଟ୍‌-ସ୍ପଟ୍‌ ଅନ୍‌ ନ କରିବାକୁ ସ୍ତ୍ରୀକୁ ହାଣିଲା ସ୍ୱାମୀ

ମୋବାଇଲର ହଟ୍‌-ସ୍ପଟ୍‌ ଅନ୍‌ ନ କରିବାକୁ ସ୍ତ୍ରୀକୁ ହାଣିଲା ସ୍ୱାମୀ

ହରିୟାଣା : ମୋବାଇଲର ହଟ୍‌-ସ୍ପଟ୍‌ ପାଇଁ ଗଲା ମହିଳାଙ୍କ ଜୀବନ । ସ୍ୱାମୀଙ୍କ କହିବା ସତ୍ତ୍ୱେ ସ୍ତ୍ରୀ ନିଜ ମୋବାଇଲର ହଟ୍‌-ସ୍ପଟ୍‌ ଅନ୍‌ ନ କରିବାରୁ ରାଗିଗଲେ ସ୍ୱାମୀ। ଆଉ ଆଖି ପିଛୁଳାକେ ଏକ ଧାରୁଆ ଅସ୍ତ୍ରରେ ପତ୍ନୀଙ୍କୁ ହତ୍ୟା କରିବାକୁ ପଛାଇଲେ ନାହିଁ। ଏପରି ଏକ ଆଶ୍ଚର୍ଯ୍ୟଜନକ କାଣ୍ଡ ହରିୟାଣାର ରୋହତକରେ ଘଟିଛି। ହତ୍ୟାର ଶିକାର ହୋଇଥିବା ମହିଳାଜଣକ ହେଲେ ରେଖା। ଅଭିଯୁକ୍ତ ସ୍ୱାମୀଜଣକ ହେଲେ ଅଜୟ କୁମାର। ପୁଲିସ୍‌ ବହୁ ଖୋଜାଖୋଜି ପରେ ତାଙ୍କୁ ଗିରଫ କରିଛି। ଗତ ୩୦ ତାରିଖରେ ଅଜୟ କୁମାର ଘରେ ମୋବାଇଲ ଚଲାଉଥିବା ବେଳେ ସେଥିରୁ ନେଟ୍‌ ସରି ଯାଇଥିଲା। ଏହାପରେ ସେ ପତ୍ନୀଙ୍କୁ ତାଙ୍କ ମୋବାଇଲ ହଟ୍‌-ସ୍ପଟ୍‌ ଅନ୍‌ କରିବାକୁ କହିଥିଲେ। ମାତ୍ର ପତ୍ନୀ କୌଣସି କାମରେ ବ୍ୟସ୍ତ ଥିବାରୁ କିଛି ସମୟ ପରେ ହଟ୍‌-ସ୍ପଟ୍‌ ଅନ୍‌ କରିବେ ବୋଲି କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଜୟ କୁମାର ଘରେ ଥିବା ଧାରୁଆ ଅସ୍ତ୍ର ଆଣି ରେଖାଙ୍କୁ ହାଣି ଦେଇଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହାଦେଖି ଅଜୟ କୁମାର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଏହାପରେ ଛାନଭିନ ଆରମ୍ଭ କରି ଅଭିଯୁକ୍ତ ଅଜୟଙ୍କୁ ପାଖ ଗାଁରୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking