23.1 C
Bhubaneswar
Sunday, December 21, 2025
Homeଅପରାଧସ୍ତ୍ରୀ ଗଳା କାଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀ ଗଳା କାଟି ହତ୍ୟା କଲା ସ୍ୱାମୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ମଝିକା ଗାଁରେ ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ ନିଜ ସ୍ତ୍ରୀ ର ଗଳାକାଟି ହତ୍ୟା କରିଥିବା ନେଇ ସୂଚନା ରହିଛି । ହତ୍ୟାକାରୀ ସ୍ବାମୀକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ସୂଚନା ଅନୁଯାଇ , ପାରିବାରିକ ବିବାଦକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବା ପରେ ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ନିଜ ସ୍ତ୍ରୀ ର ଗଳା କାଟି ହତ୍ୟା କରିଥିଲା। ହତ୍ୟାକାଣ୍ଡ ପରେ ନିଜ ଘରଠାରୁ ଅଳ୍ପ ଦୂରରେ ମାଟି ଖୋଳି ମୃତଦେହକୁ ପୋତିବା ପାଇଁ ବି ଯୋଜନା କରିଥିଲା। ତେବେ ମାଟି ଖୋଳିଥିବା ସ୍ଥାନକୁ ଶବ ନେବା ସମୟରେ ଗାଁ ଲୋକେ ଦେଖି ଦେଇଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ଖବର ପାଇ ଢେଙ୍କାନାଳ ଏସ୍‌ପି ଅଭିନବ ସୋନକର, କାମାକ୍ଷାନଗର ଏସ୍‌ଡିପିଓ ଜ୍ଞାନରଞ୍ଜନ ମିଶ୍ର, ଙ୍କୁ ଜଣାଇଥିଲେ , ସେଠାରେ ପୋଲିସ ପହଞ୍ଚି , ଅଭିଯୁକ୍ତ ସ୍ୱାମୀକୁ ଘଟଣାସ୍ଥଳରୁ ଗିରଫ କରି, ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବାବେଳେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking