ଭୁବନେଶ୍ବର: ପ୍ରଥମ ବିବାହ ବାର୍ଷିକୀ ରାତିରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ସାମିଲ ଚଣ୍ଡିପଡା ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସ୍ବାମୀ ଓ ତାଙ୍କ ପରିବାର ଲୋକେ ମିଶି ନବବଧୂକୁ ହତ୍ୟା କରି ଫ୍ୟାନରେ ଟାଙ୍ଗି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । କନ୍ୟା ଘର ପକ୍ଷରୁ ଅଭିଯୋଗ ହେବା ପରେ ବାଲିପାଟଣା ପୋଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି । ମାତ୍ର ବର୍ଷେ ତଳେ ବିବାହ କରିଥିଲେ। ପ୍ରଥମ ବିବାହ ବାର୍ଷିକୀକୁ ବଡ଼ ଧୁମଧାମରେ ପାଳନ କରିଥିଲେ । ଝିଅ ଘର ଲୋକ ଉତ୍ସବ ପାଳନ ରେ ଯୋଗ ଦେଇ ରାତିରେ ଘରକୁ ଫେରି ଯାଇଥିଲେ । କିନ୍ତୁ ଭୋରରୁ ମୃତ୍ୟୁ ଖବର ପାଇ ଶାଶୁ ଘରେ ପହଞ୍ଚିଥିଲେ ମହିଳାଙ୍କ ବାପ ଘର ଲୋକ। ନବ ବଧୂଙ୍କ ଭାଇ ଏନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସ୍ୱାମୀଙ୍କୁ ଅଟକ ରଖିଛି । ସେପଟେ ନବବଧୂ ରଶି ଲଗାଇ ଆତ୍ମହତ୍ୟା କରିଥିବା ମହିଳାଙ୍କ ଶାଶୁ ଘର ପକ୍ଷରୁ କୁହାଯାଇଛି ।