19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶସ୍ତ୍ରୀ ରିଲ୍ସ କରୁଥିବାରୁ ଛାଡ଼ପତ୍ର ମାଗିଲା ସ୍ୱାମୀ

ସ୍ତ୍ରୀ ରିଲ୍ସ କରୁଥିବାରୁ ଛାଡ଼ପତ୍ର ମାଗିଲା ସ୍ୱାମୀ

ଗୋରଖପୁର: ସୋସିଆଲ ମିଡିଆରେ ରିଲ୍ ତିଆରି କରିବାର ସଉକ ପଡ଼ିଲା ଭାରି। ଛାଡ଼ପତ୍ର ମାଗିଲା ସ୍ୱାମୀ। ଘଟଣାଟି ଘଟିଛି ଗୋରଖପୁରର ଖଜନୀ ଥାନା ଅଞ୍ଚଳରେ। ଏଠାରେ ରହୁଥିବା ଜଣେ ଟ୍ରକ୍ ଡ୍ରାଇଭର ତାଙ୍କ ସ୍ତ୍ରୀଙ୍କ ରିଲ୍ ତିଆରି କରିବା ଅଭ୍ୟାସରେ ବିରକ୍ତ ହୋଇ ଛାଡପତ୍ର ମାଗିଛନ୍ତି। ସ୍ୱାମୀ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ଲଗାତାର ସୋସିଆଲ ମିଡିଆରେ ରିଲ୍ସ ତିଆରି କରି ଛାଡ଼ୁଛନ୍ତି। ଏହା ଯୋଗୁଁ ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନେ ତାଙ୍କୁ ସମାଲୋଚିତ କରୁଛନ୍ତି। ପୁଲିସ ଆଗରେ ସ୍ୱାମୀ ଅଭିଯୋଗ କରିଛି ଯେ, “ପୂର୍ବରୁ ମୁଁ ନିଜେ ମୋ ସ୍ତ୍ରୀଙ୍କୁ ରିଲ୍ କରିବାରେ ସାହାଯ୍ୟ କରୁଥିଲି।

କିନ୍ତୁ ଯେତେବେଳେ ସମ୍ପର୍କୀୟମାନେ ମୋତେ ଥଟ୍ଟା କରିବା ଆରମ୍ଭ କଲେ, ମୁଁ ଏହାକୁ ସହ୍ୟ କରିପାରିଲି ନାହିଁ। ଏସବୁ ଦେଖି ମୁଁ ପତ୍ନୀଙ୍କୁ ରିଲ୍ସ କରିବାକୁ ମନା କରିଥିଲି। କିନ୍ତୁ ପତ୍ନୀ ସୋସିଆଲ ମିଡିଆରେ ନିଜର ବ୍ଲଗ୍ ତିଆରି କରିବା ସହ ପ୍ରତିଦିନ ରିଲ୍ ପୋଷ୍ଟ କରିବା ଆରମ୍ଭ କଲେ, ଯାହା ଫଳରେ ମୁଁ ବଦନାମ ହେବାକୁ ଲାଗିଲି। ଏହି କାରଣରୁ ଆମ ମଧ୍ୟରେ ବିବାଦ ବଢ଼ିଲା ଏବଂ କଥା ଆସି ଛାଡପତ୍ରରେ ପହଞ୍ଚିଲା। ଏସବୁ ଶୁଣିବା ପରେ ପୁଲିସ ଉଭୟ ସ୍ୱାମୀସ୍ତ୍ରୀଙ୍କୁ ବୁଝାଇ ଘରକୁ ଫଠାଇଥିବା ଜଣାପଡ଼ିଛି। ପିଲମାନଙ୍କ ଭବିଷ୍ୟତ କଥା ଚିନ୍ତା କରି ଦୁହେଁ ସାଥୀରେ ରୁହ ବୋଲି ପୁଲିସ କହିବା ପରେ ଉଭୟ ଘରକୁ ଫେରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking