19.1 C
Bhubaneswar
Wednesday, December 25, 2024
Homeଦେଶ ବିଦେଶବସ୍‌ଙ୍କ ସହ ଶାରୀରିକ ସମ୍ପର୍କ ରଖିଲାନି ବୋଲି ପତ୍ନୀ ଛାଡପତ୍ର ଦେଲା ସ୍ୱାମୀ

ବସ୍‌ଙ୍କ ସହ ଶାରୀରିକ ସମ୍ପର୍କ ରଖିଲାନି ବୋଲି ପତ୍ନୀ ଛାଡପତ୍ର ଦେଲା ସ୍ୱାମୀ

ମୁମ୍ବାଇ: ଚାକିରିରେ ଉନ୍ନତି ପାଇଁ ନିଜ ବସ୍‌ଙ୍କ ସହ ଶାରୀରିକ ସମ୍ପର୍କ ରଖିଲେନି ବୋଲି ପତ୍ନୀଙ୍କୁ ଛାଡପତ୍ର ଦେଲା ସ୍ୱାମୀ । ୪୫ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ପତ୍ନୀଙ୍କୁ ବାପଘରୁ ୧୫ ଲକ୍ଷ ଟଙ୍କା ଆଣିବା ଏବଂ ବସ୍ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ମହାରାଷ୍ଟ୍ରରେ ଘଟିଛି ଏମିତି ଘଟଣା । ରିପୋର୍ଟ ଅନୁଯାୟୀ, ପୀଡିତା ଛତ୍ରପତି ଶମ୍ଭାଜୀ ନଗର ଅଞ୍ଚଳରେ ରହୁଥିଲେ । ୨୮ ବର୍ଷୀୟା ଯୁବତୀ ଜଣକ ଚଳିତବର୍ଷ ଜାନୁଆରୀରେ କଲ୍ୟାଣର ହାଇପ୍ରୋଫାଇଲ ଅଞ୍ଚଳର ୪୫ ବର୍ଷୀୟ ସଫ୍ଟୱେୟାର ଇଂଜିନିୟର ସହିତ ହୋଇଥିଲା । ବିବାହର ପ୍ରଥମ କିଛି ମାସ ବେଶ୍ ହସଖୁସିରେ କଟିଥିଲା । ମାତ୍ର ଏହାପରେ ୧୫ ଲକ୍ଷ ଦେବା ନିମନ୍ତେ ପତ୍ନୀଙ୍କ ଉପରେ ଚାପ ପକାଉଥିଲେ ।

ବାପ ଘରୁ ଆଣି ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ଏଥିରେ ପତ୍ନୀ ରାଜି ହୋଇ ନ ହେବାରୁ ସେ ତାଙ୍କୁ ମାରପିଟ କରିବାକୁ ପଛାଇଲେ ନାହିଁ । ତେବେ ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କୁ ଟଙ୍କା ଦେବାକୁ ସେ ଦ୍ୱିତୀୟ ପତ୍ନୀକୁ ବାଧ୍ୟ କରୁଥିଲେ । ସ୍ୱାମୀ ଜଣକ ଗତ ୧୯ ତାରିଖରେ ଆୟୋଜିତ ଏକ ଅଫିସ ପାର୍ଟିରେ ନିଜ ବସ୍‌ଙ୍କ ଶାରୀରିକ ସମ୍ବନ୍ଧ ରଖିବା ନିମନ୍ତେ ପତ୍ନୀଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । ମାତ୍ର ମହିଳା ଜଣକ ଏହାକୁ ଦୃଢ ଭାବେ ପ୍ରତିବାଦ କରିଥିଲେ । ଏଥିରେ ରାଗିଯାଇ ଇଞ୍ଜିନିୟର ଜଣକ ଦ୍ୱିତୀୟ ପତ୍ନୀଙ୍କୁ ଟ୍ରିପଲ୍ ତଲାକ୍ ଦେଇଦେଲେ । ଏଥିସହ ନିଜ ପତ୍ନୀଙ୍କୁ ଘରୁ ଧକ୍କା ମାରି ବାହାର କରିଦେଇଥିବା ଖବର ମିଳିଛି । ଏନେଇ ମହିଳା ଜଣକ ନିଜ ସ୍ୱାମୀଙ୍କ ନାମରେ ଶମ୍ଭାଜୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲାର ଯାଞ୍ଚ କରୁଛି । ଅଭିଯୁକ୍ତକୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛନ୍ତି ସ୍ଥାନୀୟ ଲୋକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking