14.1 C
Bhubaneswar
Friday, January 16, 2026
Homeଓଡିଶାସ୍ତ୍ରୀ ପ୍ରେମିକର ଦୁଇକାନ କାଟିଦେଲେ ସ୍ୱାମୀ

ସ୍ତ୍ରୀ ପ୍ରେମିକର ଦୁଇକାନ କାଟିଦେଲେ ସ୍ୱାମୀ

ଯୋଦ୍ଧପୁର: ରାଜସ୍ଥାନର ଯୋଦ୍ଧପୁରରେ ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ହେତୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପରେ ସ୍ତ୍ରୀ ଭଲପାଉଥିବା ଯୁବକଙ୍କୁ ଗୁଳି କରି ତାଙ୍କ ଦୁଇକାନ କାଟି ଗୁରୁତର ଆହତ କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଏବଂ ପୀଡ଼ିତ ଉଭୟ ଯୋଦ୍ଧପୁରର ବିଲାଡା ଥାନା ଅଞ୍ଚଳର ଲାମ୍ବା ଗାଁର ବାସିନ୍ଦା। ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ପ୍ରେମସୁଖଙ୍କ ସ୍ତ୍ରୀଙ୍କର ଉକ୍ତ ଗାଁର ବାସିନ୍ଦା ରମେଶ ଲୋଲଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଏହି ପ୍ରେମ ସମ୍ପର୍କ ଗତ ସାତ ବର୍ଷ ଧରି ଚାଲିଆସିଥିବା ବେଳେ ସ୍ୱାମୀଙ୍କୁ ଘଟଣା ବିଷୟରେ କୌଣସି ପ୍ରକାର ସୂଚନା ନଥିଲା। କୁହାଯାଏ ଚୋର ଘର ସବୁବେଳେ ଅନ୍ଧାର ନୁହେଁ। ଯେତେବେଳ ପ୍ରେମସୁଖ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିଥିଲେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚି ଯାଇଥିଲା। ଘଟଣା ବିଷୟରେ ଜାଣିବା ପରେ, ରମେଶଙ୍କ ପରିବାର ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking