26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପୁଅ ହେଲାନି ବୋଲି ସ୍ତ୍ରୀକୁ ଜିଅନ୍ତା ଜାଳିଦେଲେ ସ୍ୱାମୀ

ପୁଅ ହେଲାନି ବୋଲି ସ୍ତ୍ରୀକୁ ଜିଅନ୍ତା ଜାଳିଦେଲେ ସ୍ୱାମୀ

ମୁମ୍ବାଇ: ମହାରାଷ୍ଟ୍ରର ପାରବଣି ଜିଲ୍ଲାରେ ଏକ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି। ଲଗାତାର ତୃତୀୟ ଥର ପାଇଁ ଗୋଟିଏ ଝିଅ ଜନ୍ମ ହେବା ପରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଉପରେ ପେଟ୍ରୋଲ ଢାଳି ଜୀବନ୍ତ ପୋଡି ଦେଇଥିଲେ। ଏହି ଘଟଣା ପରେ ମୃତ ମହିଳାଙ୍କ ଭଉଣୀ ତାଙ୍କ ଭିଣୋଇଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜଣକ କୁଣ୍ଡଲିକ୍ କାଲେ ବୋଲି ଜଣାପଡିଛି। ଯିଏ ତାଙ୍କ ପତ୍ନୀ ଏବଂ ଝିଅମାନଙ୍କ ସହିତ ପାରବଣି ସହରର ଫ୍ଲାଏଓଭର ଅଞ୍ଚଳରେ ରହୁଥିଲେ।

କାଲେ ଏବଂ ତାଙ୍କ ପତ୍ନୀ ସୁରୁବତୀଙ୍କ ଦୁଇଟି ଝିଅ ଅଛନ୍ତି। ଦୁଇ ଝିଅ ପରେ ଯେତେବେଳେ ତାଙ୍କ ପତ୍ନୀ ଅନ୍ୟ ଏକ ଝିଅକୁ ଜନ୍ମ ଦେଲେ, କାଲେ ରାଗିଯାଇ ତାଙ୍କ ପତ୍ନୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୋଡି ଯାଇଥିବା ମହିଳା ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ପ୍ରଥମେ ତାଙ୍କୁ ବଞ୍ଚାଇବାକୁ କେହି ଆସିନଥିଲେ। କିନ୍ତୁ ପରେ ଜଣେ ବ୍ୟକ୍ତି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଏହି ଘଟଣାଟି ନିକଟରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି। ଯେଉଁଥିରେ ଜଣେ ମହିଳା ଜଳୁଥିବାର ଦେଖାଯାଉଛି। ଏହି ଘଟଣା ପରେ ମୃତକଙ୍କ ଭଉଣୀ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ମହାରାଷ୍ଟ୍ର ପୁଲିସ କହିଛି। ଘଟଣାର ତଦନ୍ତ ଜାରି ରହିଛି। ପଡୋଶୀଙ୍କ କହିବାନୁସାରେ, ଅଭିଯୁକ୍ତ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ମଧ୍ୟ ଝିଅ ଥିବାରୁ ଗାଳିଗୁଲଜ କରୁଥିଲେ। ସେ ପ୍ରାୟତଃ ନିଜ ପତ୍ନୀଙ୍କୁ ପିଟୁଥିଲେ। ପୁଲିସର କହିବା କଥା ଯେ ତୃତୀୟ ସନ୍ତାନ ଭାବେ ପୁଅଟିଏ ଜନ୍ମ ହେବ ବୋଲି ସ୍ୱାମୀ ଜଣକ ଆଶା ରଖିଥିଲେ। ତେବେ ଝିଅଟିଏ ଜନ୍ମ ହେବାର ଶୁଣିବା ପରେ ସ୍ୱାମୀ ରାତିରେ ଘରକୁ ଫେରିଥିଲେ, ଏହା ପରେ ତାଙ୍କ ପତ୍ନୀଙ୍କ ସହ ବିବାଦ ହୋଇଥିଲା। ଏହା ପରେ ଅଭିଯୁକ୍ତ ତାଙ୍କୁ ନିଆଁ ଲଗାଇ ଦେଇଥିଲା। ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking