24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶସ୍ତ୍ରୀର ଓଠକୁ କାମୁଡ଼ିଦେଲା ସ୍ୱାମୀ, ହସ୍ପିଟାଲରେ ପଡ଼ିଲା ୧୬ ଷ୍ଟିଚ୍‌

ସ୍ତ୍ରୀର ଓଠକୁ କାମୁଡ଼ିଦେଲା ସ୍ୱାମୀ, ହସ୍ପିଟାଲରେ ପଡ଼ିଲା ୧୬ ଷ୍ଟିଚ୍‌

ମଥୁରା: ପାରିବାରିକ କଳହରୁ ନୃଶଂସ କାଣ୍ଡ। ରାକ୍ଷସ ପାଲଟିଗଲା ସ୍ୱାମୀ। ସ୍ତ୍ରୀର ଓଠକୁ କାମୁଡ଼ି ଲହୁଲୁହାଣ କରିଦେଲା ସ୍ୱାମୀ। ଭଉଣୀ-ଭିଣୋଇଙ୍କ ଝଗଡ଼ା ଦେଖି ଶାଳୀ ଧାଇଁ ଆସିବାରୁ ତାକୁ ଛାଡିଲାନି। ଦୁଇ ଭଉଣୀଙ୍କୁ ମାରପିଟ୍ କଲା ନୃଶଂସ ଭିଣୋଇ। ଶେଷରେ ଜୀବନ ବିକଳରେ ଧାଇଁ ଥାନାରେ ଅଭିଯୋଗ କଲା ସ୍ତ୍ରୀ। ୟୁପି ମଥୁରା ଜିଲ୍ଲାର ମଗୋର୍ରା ଥାନା ଅଞ୍ଚଳରେ ଘଟିଛି ଏଭଳି ନାରକୀୟ କାଣ୍ଡ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ସେ ଘରେ କାମ କରୁଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ବିଷ୍ଣୁ ଆସି ଝଗଡ଼ା କରିବା ଆରମ୍ଭ କରିଥିଲେ।

ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ତାଙ୍କ ସ୍ତ୍ରୀଙ୍କୁ ମାରପିଟ୍ କରିଥିଲେ। ଏପରିକି ତାଙ୍କ ଓଠକୁ କାମୁଡ଼ି ଲହୁଲୁହାଣ କରି ପକାଇଥିଲେ। ମହିଳା ଜଣଙ୍କ ଚିତ୍କାର କରିବାରୁ ତାଙ୍କ ଭଉଣୀ ସେଠାକୁ ଦୌଡ଼ି ଆସିଥିଲେ। ଅଭିଯୁକ୍ତ ଦୁଇ ଭଉଣୀଙ୍କୁ ମାରପିଟ୍ କରିଥିଲେ। ଏପରିକି ମହିଳା ଜଣଙ୍କ ଏନେଇ ତାଙ୍କ ଶାଶୁ ଘର ଲୋକଙ୍କୁ ଜଣାଇବାରୁ ତାଙ୍କ କଥା କେହି ଶୁଣିନଥିଲେ। ଓଲଟା ଶାଶୁ ଏବଂ ଦିଅର ମିଶି ତାଙ୍କୁ ପିଟିଥିଲେ। ଶେଷରେ ଜୀବନ ବିକଳରେ ଯାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ବେଳେ ସେ କିଛି କହି ପାରୁନଥିଲେ। ଲିଖିତ ଆକାରରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ତାଙ୍କ ଓଠରେ ୧୬ଟି ଷ୍ଟିଚ୍ ପଡିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking