28.1 C
Bhubaneswar
Sunday, September 8, 2024
Homeଓଡିଶାସ୍ୱାମୀ ଗିରଫ୍‌, ଫୋନ୍ ଜବତ : ଡିଜିପି

ସ୍ୱାମୀ ଗିରଫ୍‌, ଫୋନ୍ ଜବତ : ଡିଜିପି

ଭୁବନେଶ୍ବର : ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ମାମଲା । ପ୍ରେସମିଟ କରି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ଅଭିଯୁକ୍ତ ସ୍ଵାମୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଫୋନ୍ ଜବତ କରିଛି ଓ ଦେଢଶୁରଙ୍କୁ ଅଟକ ରଖିଛନ୍ତି। ସେ କହିଛନ୍ତି, ବିଭିନ୍ନ ଦିଗକୁ ନେଇ ପୋଲିସ ପଚରାଉଚରା ଆରମ୍ଭ କରିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତାର ଦଫା- ୮୦, ଯୌତୁକ ନିର୍ଯାତନା, ୧୦୮ – ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ୧୦୩ – ହତ୍ୟାକାଣ୍ଡ ଓ ୩+୫ – ଏକାକ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ମାମଲା ରୁଜୁ ହୋଇଛି ବୋଲି ଡିସିପି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ବାପୁଜୀନଗର ଟ୍ରେନ୍ ଲାଇନରୁ ସାମ୍ବାଦିକା ମଧୁମିତା ପରିଡାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ମଧୁମିତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ଆଧାରରେ ସ୍ଵାମୀ ଶ୍ରୀଧର ଜେନାଙ୍କୁ ଧଉଳି ଥାନା ପୋଲିସ ଗିରଫ କରିଛି । ପ୍ରକାଶ ଯେ ୪ ମାସ ତଳେ ମଧୁମିତା ବିବାହ କରିଥିଲେ । ସେପଟେ ମୃତ୍ୟୁ ପୂର୍ବରୁ ସାମ୍ବାଦିକାଙ୍କ ଏକ ଭିଡିଓ ବାର୍ଭା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ଜରଡ଼ାରେ ସେ ବିବାହ କରିଥିଲେ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧୁମିତାଙ୍କୁ ତାଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରିଥିଲେ ବୋଲି ସେ ଭିଡିଓ ବାର୍ଭାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking