ଯାଜପୁର: ଯାଜପୁର ଜିଲ୍ଲା ର ଯାଜପୁରରୋଡ଼ ଥାନା ଅନ୍ତର୍ଗତ ବ୍ୟାସନଗର ପୌର ପରିଷଦ ଚୋରଦା ଡିଗୀସାହିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଛି | ଯାଜପୁରରୋଡ଼ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି | ହତ୍ୟାକାରୀ ସ୍ୱାମୀ ଜଣକ ହେଲେ ଡିଗୀସାହି ଗ୍ରାମର ଗୋପାଳ ମଳିକ ଙ୍କ ପୁଅ ଆଦିକନ୍ଦ ମଳିକ (୫0) ପୋଲିସ ସୂତ୍ରରୁ ପ୍ରକାଶ | ସୂଚନା ଅନୁଯାଇ କୋରେଇ ଥାନା ତାହାର ପୁର ଗ୍ରାମର ରୁକ୍ମଣୀ ମଳିକ (୮0) ଙ୍କ ଝିଅ ପଦ୍ମିନୀ ମଳିକଙ୍କୁ ତାର ସ୍ୱାମୀ ଆଦିକନ୍ଦ ତାଙ୍କ ଝିଅକୁ ପିଟି ମାରିଦେଇଥିବା ଯାଜପୁରରୋଡ଼ ଥାନାରେ ଗତ ୨୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ | ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ୨୬୭/ ୨୫ ରେ ଏକ ମୋକଦମା ୠଜୁକରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଵା ସହ ହତ୍ୟାରେ ବ୍ୟବହୃତ ଏକ ଲୁହା ପେଚକେଶ କୁ ପୋଲିସ ଜବତ କରିଥିଲା | ଘଟଣା ପ୍ରକାଶ ଗତ ୨୮ ତାରିଖ ସକାଳ ୧0ଘଟିକା ସମୟରେ ଆଦିକନ୍ଦ ଓ ପଦ୍ମିନୀ ମଧ୍ୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା | ଏଥିରେ ଆଦିକନ୍ଦ କ୍ରୋଧନିତ ହୋଇ ଏକ ଲୁହା ପେଚକେଶ ଦ୍ୱାରା ପଦ୍ମିନୀଙ୍କ ବାମପଟ ଛାତିକୁ ଭୁସି ଜୋରେ ଧକ୍କା ଦେଇଥିଲା | ପଦ୍ମିନୀ କାନ୍ଥରେ ବାଡେଇ ହୋଇ ତଳେ ପଡି ବେହୋସ ହୋଇଯାଇଥିଲା | ଘଟଣା ପରେ ଘରଲୋକ ତୁରନ୍ତ ଚିକିତ୍ସା ପାଇଁ ପ୍ରଥମେ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ଅବସ୍ଥା ସଂଗୀନ ହେବାରୁ ଯାଜପୁର ଜିଲା ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |