16.1 C
Bhubaneswar
Sunday, December 21, 2025
Homeଓଡିଶାବାତ୍ୟା:ସବୁ ବନ୍ଦରକୁ ୧ ନମ୍ଵର ବିପଦ ସଙ୍କେତ ଜାରି

ବାତ୍ୟା:ସବୁ ବନ୍ଦରକୁ ୧ ନମ୍ଵର ବିପଦ ସଙ୍କେତ ଜାରି

ଭୁବନେଶ୍ଵର : ମାଡ଼ି ଆସୁଛି ‘ଦାନା’। ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ଅବପାତ। ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ବନ୍ଦରକୁ ୧ ନମ୍ଵର ବିପଦ ସଙ୍କେତ ଜାରି ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ୨୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୭ ଜିଲ୍ଲାକୁ ରେଡ୍ ଓ ୧୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ସନ୍ଧ୍ୟାରୁ ପାଗ ବଦଳିବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଓ କଟକରେ ଅତି ପ୍ରବଳ ବର୍ଷା ହେବ।

ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାରେ ପରିଣତ ହେବ। ୨୪ ସକାଳେ ଭୀଷଣ ବାତ୍ୟାରେ ପରିଣତ ହେବ। ୨୪ ରାତି ୨୫ ତାରିଖ ସକାଳ ମଧ୍ୟରେ ପୁରୀରୁ ପଶ୍ଚିମବଙ୍ଗ ସାଗର ଦ୍ଵୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ପବନର ବେଗ ୧୦୦ ରୁ ୧୧୦ ମଧ୍ୟରେ ରହିବ। ସେହିପରି ଝଟକା ପବନର ବେଗ ସର୍ବାଧିକ ୧୨୦ ରହିବ। ଏହା ପାରାଦୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଧୀରେଧୀରେ ସ୍ଥଳଭାଗ ମୁହାଁ ହେଉଛି। ସେହିପରି ଏହା ପଶ୍ଚିମବଙ୍ଗର ସାଗର ଦ୍ଵୀପ ଠାରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ରହିଛି। ସେପଟେ ବାଂଲାଦେଶ କ୍ଷେପପୁର ଠାରୁ ୭୪୦ କିମି ଦୂରରେ ରହିଛି। ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଧୀରେଧୀରେ ଗତି କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking