କଟକ: ରାଜ୍ୟରେ ଥମିନି ଦୁର୍ଘଟଣା । ବେପରୁଆ ଗାଡି ଚଲାଇବା ଯୋଗୁଁ ଅନେକଙ୍କ ଜୀବନ ଯାଉଛି । ଆଜି ସକାଳୁ ଦୁର୍ଘଟଣାରେ ପୁଲିସ କର୍ମୀଙ୍କ ଜୀବନ ଯାଇଛି । ବିଳମ୍ବିତ ରାତିରେ କଟକ ପାରାଦୀପ ରୋଡ ଗତିରାଉତପାଟଣାରେ ପିସିଆର ଗାଡିକୁ ଧକ୍କା ଦେଇଛି ହାଇୱା । ପୁଲିସ ଭ୍ୟାନକୁ ଧକ୍କା ଦେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ଚାଲିଯାଇଛି ଜୀବନ ଏବଂ ଗୁରୁତରକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କଟକ ବଡ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ସିଆରଆର ଥାନା ପିସିଆର ପାଟ୍ରୋଲିଂ ବେଳେ ଘଟିଛି ଏହି ଦୁର୍ଘଟଣା । ଏହି ଘଟଣାରେ ହାଇୱା ଚାଳକଙ୍କୁ ଅଟକ ରଖାଯାଇଛି । ଅନ୍ୟପଟେ ମଙ୍ଗଳାବାଗଥାନାରେ ମୃତ ଦୁଇ ପୁଲିସଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ସେଠାରେ ମୃତକଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ । ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ୧୦ ଲକ୍ଷ ଲେଖାଏଁ ଘୋଷଣା କରିଛନ୍ତି ।