ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ମନାଲିରେ ପ୍ରବଳ ବରଫ ବର୍ଷା । ସୋଲାଙ୍ଗ ଭ୍ୟାଲିରୁ ଅଟଳ ଟନେଲ ମଧ୍ୟରେ ଫସିଲା ଶତାଧିକ ଗାଡି । ପ୍ରବଳ ବରଫ ବର୍ଷା ଫଳରେ ଘଣ୍ଟା ଘଣ୍ଟା ଧରି ଗାଡି ଗୁଡିକ ତୁଷାରପାତ ଭିତରେ ଫସି ରହିଥିଲେ । ୭ ଶହ ପଯ୍ୟଟକଙ୍କୁ ପୋଲିସ ଉଦ୍ଧାର କରିଛି । ପ୍ରତିବର୍ଷ ଏହି ସମୟରେ ହିମାଚଳ ପ୍ରଦେଶରେ ପର୍ୟ୍ୟଟକଙ୍କ ସଂଖ୍ୟା ବଢ଼ିଥଏ । ଆଉ ଏବେ ବଡ଼ଦିନ ଓ ନୂଆ ବର୍ଷ ଛୁଟି ପାଇଁ ହିମାଚଳ ପ୍ରଦେଶରେ ପର୍ୟ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି। ଡିସେମ୍ବର ୮ତାରିଖରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଥିବା ବେଳେ ଗତକାଲି ପୁଣି ତୁଷାରପାତ ହୋଇଥିଲା ।