32.1 C
Bhubaneswar
Sunday, March 29, 2026
Homeଓଡିଶାବିଜେଡ଼ି ଛାଡି ବିଜେପିରେ ମିଶିଲେ ଶତାଧିକ ନେତା ଓ କର୍ମୀ

ବିଜେଡ଼ି ଛାଡି ବିଜେପିରେ ମିଶିଲେ ଶତାଧିକ ନେତା ଓ କର୍ମୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଛିଡୁଛି ବିଜେଡି ବଢୁଛି ବିଜେପିର ଶକ୍ତି। ବିଜେଡି ନେତାଙ୍କ ପ୍ରତି ରହିଥିବା ଅସନ୍ତୋଷ କର୍ମୀଙ୍କୁ ବିମୁଖ କରୁଥିବା ଆଲୋଚନା ହେଉଛି। ତେବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଜ୍ୟର ମୋହନ ମାଝିଙ୍କ କାର୍ଯ୍ୟଶୈଳୀ ଓ ବିଜେପି ଦଳର ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଶତାଧିକ ନେତା ଓ କର୍ମୀ ଆଜି ବିଜେଡ଼ି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ଏନେଇ ଆଜି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଳିଅଣା ଠାରେ ଏକ ମିଶ୍ରଣ ପର୍ବ ବିଧାୟିକା ସଞଳୀ ମୁର୍ମୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ସମର୍ଥିତ କୁଳିଅଣା ବ୍ଲକ ସଭାପତି, ସରପଞ୍ଚ, ପିଏସ୍ ମେମ୍ବର ଏବଂ ଅନେକ ସଙ୍ଗଠନର ନେତା ଓ କର୍ମୀ, ସମାଜସେବୀ ପ୍ରମୁଖ ଆସି ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ଦ୍ବାରା ବିଜେପି କୁଳିଅଣା ବ୍ଲକରେରେ ଶକ୍ତିଶାଳୀ ହେବା ସହ ନିଜ ଦଳକୁ ସୁଦୃଢ଼ କରିବାରେ ସଫଳ ହେଉଥିବା ଲକ୍ଷ୍ୟ କରାଯାଉଛି। ଆଗମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡ଼ିଛି ବିଜେପି !ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ନେତାଙ୍କ ମତରେ ବିଜେପି ଏକ ନମ୍ବର ଦଳ, ଏହାର କାର୍ଯ୍ୟ ଶୈଳୀ ସ୍ବତନ୍ତ୍ର। ଯାହା କୁହନ୍ତି ତାହା କରି ଦେଖାନ୍ତି ଡବଲ ଇଞ୍ଜିନ ସରକାର। ଆମକୁ ଦଳର ଶୃଙ୍ଖଳା,ନୀତି,ଆଦର୍ଶ ଭଲ ଲାଗିଲା ତେଣୁ ଆମେ ଅଞ୍ଚଳର ବିକାଶ ପାଇଁ ସ୍ବଇଚ୍ଛାରେ ବିଜେପିରେ ଯୋଗ ଦେଇଛୁ ବୋଲି କହିଛନ୍ତି ନୁତନ ସଦସ୍ୟଗଣ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking