19.1 C
Bhubaneswar
Thursday, February 12, 2026
Homeଓଡିଶାଭକ୍ତି ଭାବ ମନରେ ରଥ ଟାଣିଲେ ଶହ ଶହ ଭକ୍ତ

ଭକ୍ତି ଭାବ ମନରେ ରଥ ଟାଣିଲେ ଶହ ଶହ ଭକ୍ତ

ଯାଜପୁର : ଯାଜପୁରରେ ବାସୀ ରଥଯାତ୍ରାର ପରମ୍ପରା ରହିଛି । ଯାଜପୁର ଓ ସୁକିନ୍ଦାରେ ଜଗନ୍ନାଥ ମନ୍ଦୀର ପକ୍ଷରୁ ପ୍ରତିବର୍ଷ ରଥଯାତ୍ରା ପରଦିନ ଟଣାହେବାର ପରମ୍ପରା ରହିଛି । ଏଥିପାଇଁ ବଡ ଧୁମଧାମରେ ରଥଟଣା ସଂପନ୍ନ ହୋଇଛି । ୩ ରଥରେ ଚତୁର୍ଦ୍ଧା ମୂର୍ତି ବିରାଜମାନ ହେବା ପରେ ମାଉସୀ ମା’ ମନ୍ଦିର ଅଭିମୁଖେ ଭକ୍ତମାନେ ରଥକୁ ଟାଣି ଟାଣି ନେଇଥିଲେ । ଶହ ଶହ ଭକ୍ତଙ୍କ ଘଂଟ ହୁଳୁହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ । ଗତ ତିନି ବର୍ଷ ହେଲା ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ବେଶ ଉତ୍ସାହିତ ସହ ଓଡିଶୀ ଏବଂ ଘଂଟ ର ତାଳେ ତାଳେ ଟାଣିଥିଲେ । ଚଳିତବର୍ଷ ରଥଯାତ୍ରାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଟ୍ରଷ୍ଟବୋର୍ଡ଼ର ଅଧ୍ୟକ୍ଷ ତଥା ଯାଜପୁର ତହସିଲଦାରଙ୍କ ସମେତ ‌ଯାଜପୁର ପୌରପାଳିକାର ଅଧକ୍ଷା ରଞ୍ଜୁଲତା ହୋତା, ପୌରଉପାଧକ୍ଷ ସନ୍ତୋଷ କୁମାର ମଲିକଙ୍କ ସମେତ କାଉନସିଲର ପ୍ରମୁଖ ଉପସ୍ଥିତ ରହିଥିଲେ । ସଦାବ୍ରତ ମଠ ମହନ୍ତ ପ୍ରଶାନ୍ତ କୁମାର ଦାଶଙ୍କ ଉପସ୍ଥିତିରେ ମନ୍ଦିର ପୂଜକମାନେ ରଥରୁ ଶ୍ରୀ ଜୀଉଙ୍କୁ ପହଣ୍ଡି ବିଜେ କରି ମାଉସୀ ମା’ ମନ୍ଦିରକୁ ଆଣିଥିଲେ । ଶାନ୍ତି ଶ୍ରୁଙ୍ଖଳା ସହ ରଥ ଯାତ୍ରା ଅନୁଷ୍ଠିତ କରିବାକୁ ବ୍ୟାପକ ପୋଲିସ ସହ ସ୍ଵାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବାହିନୀ ନିଯୋଜିତ ହୋଇଥିଲେ। ଅନ୍ୟ ପଟରେ ସୁକିନ୍ଦା ଗଡ ରେ ଶ୍ରୀ ଜୀଉ ଙ୍କ ରଥ ଯାତ୍ରା ଗୁଣ୍ଡିଚା ପର ଦିନ ମହା ଆଡମ୍ବର ରେ ରଥ ଯାତ୍ରା ଅନୁଷ୍ଠିତ ହୋଇ ଥିଲା l ସୁକିନ୍ଦା ଗଡ ର ରାଜ ପରମ୍ପରା ଅନୁଯାଇ ରଥ ରେ ଚେରା ପହଁରା କରି ଥିଲେ l ପୁର୍ବ ତନ ମନ୍ତ୍ରୀ ଇ ପ୍ରୀତି ରଂଜନ ଘଡେଇ ଯୋଗ ଦେଇ ମହା ପ୍ରଭୁ ଙ୍କୁ ଦର୍ଶନ କରି ଥିଲେ l ଚାଳିତ ବର୍ଷ ଶ୍ରୀ ଜିଉ ଙ୍କ ନବ କଳେବର ହୋଇ ଥିଲା ନୁଆ ରଥ ରେ ରଥରେ।ଚତୁର୍ଦ୍ଧାମୂର୍ତ୍ତି ମାନଂକୁ ରଥାରୁଡ଼ କାରା ଯାଇ ରଥ ଟଣl କାର୍ଯ୍ୟ ସମ୍ପନ୍ନ କାରା ଯାଇ ଥିଲା ହଜାର ହଜାର ଶ୍ରଦ୍ଧାଳୁ ରଥ ତାନି ନିଜକୁ କୃଥlର୍ଥ ମଣି ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking