ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୂଳ କେଳୁଣୀ ମୁହାଣ ଓ କୋଣାର୍କ ଚନ୍ଦ୍ରଭାଗାରେ ଭାସୁଛି ମୃତ ବଟମ ଜେଲି ଫିସ । ଦୁଇ ଦିନ ହେଲାଣି ଏଭଳି ସ୍ଥିତି ଦେଖିବାକୁ ମିଳିଛି । ସମୁଦ୍ରକୁ ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ଦେହରେ ଏହି ମୃତ ଜେଲିଫିସ ଲାଳ ବାଜିଲେ କୁଣ୍ଡେଇ ଯାଦୁ ଭଳି ଫଳିଯାଉଛି । ଜେଲି ଫିସ ଭୟରେ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଭୟ କରୁଛନ୍ତି । ସ୍ଥାନୀୟ ସମାଜସେବୀ କହିବା ଅନୁସାରେ ନିକଟରେ ବଙ୍ଗୋପସାଗର ସୃଷ୍ଟି ଲଘୁଚାପ ପ୍ରଭାବରେ ବନ୍ୟା ଜଳ ପାଇଁ ଜେଲିଫିସ ମୃତ ହେବା ଅନୁମାନ କରିଛନ୍ତି । ପୂର୍ବରୁ ଫନି , ଏୟାସ, ତିତିଲି ବାତ୍ୟା ସମୟରେ ବି ବିଭିନ୍ନ ସମୁଦ୍ର କୂଳରେ ମୃତ ଜେଲଫିସ ଦେଖିବାକୁ ମିଳିଥିଲା ।










