ଭୁବନେଶ୍ୱର: ଖୁବଶୀଘ୍ର ଶ୍ରୀମନ୍ଦିରରେ ହେବ ହୁଣ୍ଡି ପରିବର୍ତ୍ତନ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସୂଚନା ଦେଇ କହିଛନ୍ତି ହୁଣ୍ଡି ଉଠିବାର ପ୍ରକ୍ରିିୟା ଆରମ୍ଭ ହୋଇଛି । କାର୍ଯ୍ୟ ଅନୁମତି ଦିଆଯାଇଛି । ହୁଣ୍ଡି ଉଠିବାର ୭ଦିନ ଭିତରେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ଏହା ସହ ପୂର୍ତ୍ତ ମନ୍ତ୍ରୀ ହରିଚନ୍ଦନ ଆଉ ଏକ ବଡ ଘୋଷଣା କହି କହିଛନ୍ତି ଯେ ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ସହରର ସବୁ ଖାଲଖମା ରାସ୍ତା । ୨୨ ତାରିଖ ସୁଦ୍ଧା ସରିବ ସବୁ ରାସ୍ତା କାମ ।









