22.1 C
Bhubaneswar
Monday, January 12, 2026
Homeଓଡିଶାମଣିଷ ଖପୁରୀ ଓ ହାଡ ଜବତ

ମଣିଷ ଖପୁରୀ ଓ ହାଡ ଜବତ

ବାସୁଦେବପୁର : ବାସୁଦେବପୁର ବ୍ଲକ ପାଞ୍ଚଘେରିଆ ଗାଁ ନାଳ ନିକଟରୁ ମଣିଷ ଖପୁରୀ ଓ ହାଡ ଜବତ। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ ବଡହାବେଲି ସାହି ପଞ୍ଚାଘେରିଆ ଗାଁରେ ମାଆ ଯମୁନା ସାମଲ ଓ କୌଶଲ୍ୟା ଗାୟନ ସୁଭଦ୍ରା ଯୋଜନା ଆବେଦନ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ। ପରେ ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇ ପୁଲିସ ପ୍ରାଥମିକ ତଦନ୍ତ କରିଥିଲା। ଏହି ଘଟଣାର କିଛିଦିନ ପରେ ସ୍ଥାନୀୟ ଚାଷୀ ଜମିରୁ ପାଣି କମାଇବାକୁ କଳା ପାହାଡିଆ ନାଳ ଖୋଳୁ ଥିବାବେଳେ ଜେସିବିରେ ବସ୍ତା ଲାଗିଥିଲା। ଏହି ବସ୍ତାରେ ଖପୁରୀ ଆଉ ହାଡ଼ ଥିବା ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୁଲିସ ଦୁଇ ଯୁବକକୁ ଅଟକ ରଖି ତନାଘନା ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking