ଭୁବନେଶ୍ୱର: ହୁମ୍ୟାନ୍ ସାଗରଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ୍କୁ ଯାଞ୍ଚ କରିବା ପାଇଁ ତତ୍ପରତା ଦେଖାଇଛି ପୋଲିସ। ଆର୍ଥିକ କାରବାରକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏତଲା ହୋଇଥିବା ୯ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ର ତଥ୍ୟ ମାଗିଲା ପୋଲିସ। ଗୋଟିଏ ବର୍ଷର କଲ୍ ଡିଟେଲ୍, ସିଡିଆର୍ ରିପୋର୍ଟ ମଧ୍ୟ ମାଗିଲା ପୋଲିସ। ହ୍ୟୁମାନଙ୍କ ଘର ପାଖ ସିସିଟିଭି ଫୁଟେଜ୍ ମଧ୍ୟ ସଂଗ୍ରହ କଲା ପୋଲିସ। ସବୁ ଦିଗରୁ ତଦନ୍ତ ପରେ ହାଜର ପାଇଁ ନୋଟିସ୍ କରିବ ପୋଲିସ। ତଦନ୍ତ କରୁଛନ୍ତି ଏସ୍ପି ପ୍ୟାହାର ଅଧିକାରୀ। ଆର୍ଥିକ କାରବାରକୁ ନେଇ ପୋଲିସର ଖୋଳତାଡ଼ ଆରମ୍ଭ। କାହିଁକି ଓ କେମିତି ହ୍ୟୁମାନଙ୍କ ମୃତ୍ୟୁ ହେଲା ଏ ନେଇ ପୋଲିସର ଖୋଳତାଡ଼ ଆରମ୍ଭ। ମାନସିକ ଯନ୍ତ୍ରଣାଠୁ ଆରମ୍ଭ କରି ଶାରୀରିକ ପୀଡ଼ା ପର୍ଯ୍ୟନ୍ତ ଅନେକ କଥା ଗଣମାଧ୍ୟମକୁ ଆସିଥିଲା। ଏହାରି ଭିତରେ ହ୍ୟୁମାନ ସାଗରଙ୍କ ମା’ ଦେଇଥିବା କିଛି ପ୍ରତିକ୍ରିୟା ପୁରା ରହସ୍ୟକୁ ବଢ଼ାଇ ଦେଇଥିଲା। ଯେଉଁଥିପାଇଁ ତାଙ୍କ ମୃତ୍ୟୁ ପଛର ରହସ୍ୟକୁ ଯାଞ୍ଚ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଉଥିଲା। କିଛିଦିନ ତରେ ହ୍ୟୁମାନଙ୍କ ପରିବାର ପକ୍ଷରୁ ମାମଲା ଦାୟର ହୋଇଥିଲା। ନଭେମ୍ବର ୧୭ରେ ମାତ୍ର ୩୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ହ୍ୟୁମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ଏତଲାରେ ଉଲ୍ଲେଖ ରହିଛି । ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଥିଲେ ମାଆ । ଏହାସହିତ ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସଂପର୍କିତ ଅଭିଯୋଗର ବି ତଦନ୍ତ ଦାବି କରିଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି। ଆଉ କିଛି ନିକଟ ସମ୍ପର୍କୀୟଙ୍କ ନାଁ ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଥିଲା ।










