25.1 C
Bhubaneswar
Thursday, March 26, 2026
Homeଓଡିଶାହ୍ୟୁମାନ୍ ସାଗର ଓ ରୁକୁ ସୁନାଙ୍କ ବିରୋଧରେ ଏତଲା

ହ୍ୟୁମାନ୍ ସାଗର ଓ ରୁକୁ ସୁନାଙ୍କ ବିରୋଧରେ ଏତଲା

ଭୁବନେଶ୍ୱର : ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଉଥିବା ଅଭିଯୋଗରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଓ ରୁକୁ ସୁନାଙ୍କ ବିରୋଧରେ ଏତଲା ହୋଇଛି। ଇଣ୍ଟର ନ୍ୟାସନାଲ ହ୍ୟୁମାନ୍ ରାଇଟ୍‌ସ କମିଶନ ସଂଘ ପକ୍ଷରୁ ଏତଲା ହୋଇଛି। ଜଗନ୍ନାଥ ଭଜନକୁ ଅଶ୍ଳିଳ ଭାବେ ଗାଇଥିବା ଅଭିଯୋଗ ହୋଇଛି। ୨ କଣ୍ଠଶିଳ୍ପୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ସଂଘ। ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ବାଇଁ ଏହି ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ଏବଂ ହ୍ୟୁମାନ ଏହା ଶୁଣି ହସି ହସି ଗଡିପଡୁଥିବାର ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking