31.1 C
Bhubaneswar
Saturday, February 7, 2026
Homeଓଡିଶାହ୍ୟୁମାନ୍‌ ସାଗରଙ୍କ ଶେଷକୃତ ସମ୍ପନ୍ନ

ହ୍ୟୁମାନ୍‌ ସାଗରଙ୍କ ଶେଷକୃତ ସମ୍ପନ୍ନ

ଟିଟିଲାଗଡ଼: ଓଡ଼ିଶା ସଂଗୀତ ଜଗତର ଚର୍ଚ୍ଚିତ ଓ ଲୋକପ୍ରିୟ ଗାୟକ ହ୍ୟୁମାନ୍‌ ସାଗରଙ୍କ ଶେଷକୃତ ଆଜି ସନ୍ଧ୍ୟାରେ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ରେ ସମ୍ପନ୍ନ ହୋଇଛି। ହ୍ୟୁମାନ ସାଗରଙ୍କ ଅନ୍ତିମ ବିଦାୟ ସ୍ଥାନୀୟ ଏକ ଚର୍ଚ୍ଚରେ କରାଯାଇଛି। ପରଂପରା ଅନୁସାରେ ଅନୁଷ୍ଠିତ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଲକ୍ଷାଧିକ ପ୍ରଶଂସକ ଓ ଶୁଭେଚ୍ଛୁ ସାମିଲ ହୋଇ ମରଶରୀରକୁ ଅଶ୍ରୁଳ ବିଦାୟ ଦେଇଥିଲେ। ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ବଲାଙ୍ଗୀର, କଣ୍ଟାବାଞ୍ଜି, ସଇଁତଳାରୁ ମଧ୍ୟ ପ୍ରଶଂସକମାନେ ଛୁଟି ଆସିଥିଲେ। ମରଶରୀର ଟିଟିଲାଗଡ଼ରେ ପହଞ୍ଚିଲା ପରେ ହ୍ୟୁମାନଙ୍କର ଘରେ ଓ ଘର ବାହାରେ ପ୍ରବଳ ଭିଡ଼ ଲାଗିଥିଲା। ପରିବାର ଲୋକ, ସଂପର୍କୀୟ, ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଅନ୍ତିମ ଦର୍ଶନ କରିଥିଲେ।ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗତକାଲି ରାତି ପ୍ରାୟ ୯ଟାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking