21.1 C
Bhubaneswar
Wednesday, January 14, 2026
Homeଓଡିଶାହ୍ୟୁମାନ ସାଗର ମୃତ୍ୟୁ ସସପେନ୍ସ: ହତ୍ୟା ଷଡଯନ୍ତ୍ର ନେଇ ଥାନାରେ ଅଭିଯୋଗ

ହ୍ୟୁମାନ ସାଗର ମୃତ୍ୟୁ ସସପେନ୍ସ: ହତ୍ୟା ଷଡଯନ୍ତ୍ର ନେଇ ଥାନାରେ ଅଭିଯୋଗ

ବଲାଙ୍ଗୀର: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତେଜୁଛି ବିବାଦ । ଥାନାରେ ପହଞ୍ଚିଲା ମାମଲା । ହ୍ୟୁମାନ ସାଗରଙ୍କୁ ଷଡଯନ୍ତ୍ର କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ମାଆ ମ୍ୟାନେଜର ଓ ଅନ୍ୟ କିଛି ଜଣଙ୍କ ନାଁରେ ପୁଅକୁ ବ୍ୟବହାର କରି ମିଳିମିଶି ମାରିଦେଇଥିବା ଅଭିଯୋଗ କରିଥିଲେ । ବର୍ତ୍ତମାନ ତାଙ୍କ ମୃତ୍ୟୁ ନୁହେଁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣି ବଲାଙ୍ଗୀର ଆଦର୍ଶ ଥାନାରେ ଏତଲା ଦେଇଛନ୍ତି ସାଂସ୍କୃତିକ ସଂଗଠନ ଓ କୋଶଳ ବାଦୀ ସଂଗଠନ । ସେହିପରି ପଶ୍ଚିମ ଓଡିଶା କଳାକାରଙ୍କ ପ୍ରତି ଅସହିଷ୍ଣୁତା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି । ହ୍ୟୁମାନ ସାଗରଙ୍କ ମୃତ୍ୟୁ ଗତ ୧୭ ତାରିଖ ଦିନ ରାତିରେ ହୋଇଥିଲା । ସେ ଏକାଧିକ ରୋଗରେ ପୀଡ଼ିତ ଥିବା ବେଳେ ନଭେମ୍ୱର ୧୪ରେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମେଡିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସମସ୍ତ ଚେଷ୍ଟା ସତ୍ତ୍ୱେ ଗାୟକଙ୍କୁ ବଞ୍ଚାଇ ପାରି ନଥିଲେ ଡାକ୍ତର । ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଗଣମାଧ୍ୟମ ସାମ୍ନାରେ ସିଧାସଳଖ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ଯାହା ପରେ ଓଡିଶା କଳା ଜଗତ ଓ ସିନେମା ଜଗତରେ ଏକ ବିବାଦ ସୃଷ୍ଟି ହୋଇଥିଲା । ଆଜି ସମାନ ଅଭିଯୋଗ ଆଣିଛନ୍ତି ବଲାଙ୍ଗୀରର ବିଭିନ୍ନ ସାମାଜିକ ସଂଗଠନ, ସାଂସ୍କୃତିକ ସଂଗଠନ, କଳାକାର ସଂଘ ଓ କୋଶଳ ସଂଗଠନ । ତେବେ ସ୍ବର୍ଗତ ହ୍ୟୁମାନ ସାଗର ଖୁବ ଅଳ୍ପ ସମୟରେ ଗୀତ ଗାଇ ବେଶ ସଫଳତା ପାଇଥିଲେ ଏବଂ ସେ ପଶ୍ଚିମ ଓଡ଼ିଶାର ହୋଇଥିବା ବେଳେ ଉପକୂଳିଆ କିଛି ବ୍ୟକ୍ତି ତାଙ୍କ ଉପରେ ଅସହିଷ୍ଣୁ ମନୋଭାବ ଆଣି ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବଲାଙ୍ଗୀର ଆଦର୍ଶ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking