14.1 C
Bhubaneswar
Monday, January 12, 2026
Homeଓଡିଶାହ୍ୟୁମାନ ସାଗରଙ୍କ ମୃତ୍ୟୁ: ଏମସକୁ ଚିକିତ୍ସା ସଂପର୍କିତ ତଥ୍ୟ ମାଗିଲା ପୁଲିସ୍

ହ୍ୟୁମାନ ସାଗରଙ୍କ ମୃତ୍ୟୁ: ଏମସକୁ ଚିକିତ୍ସା ସଂପର୍କିତ ତଥ୍ୟ ମାଗିଲା ପୁଲିସ୍

ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟ ବିବାଦକୁ ନେଇ  କଟକ ମର୍କତନଗର ଥାନା  ପୁଲିସ ତଦନ୍ତ ଆରମ୍ଭ କରିଥିଲା ।  ହେଲେ ଏବେ ଏହା ଧିମେଇ ଯାଇଛି ।   କାରଣ ମର୍କତନଗର  ଥାନାର ତଦନ୍ତକାରୀ ଅଫିସର  ତଥା ଆଇଆଇସି ସତ୍ୟବ୍ରତ  ଭୁତିଆଙ୍କ ଲାଲବାଗ ଥାନାକୁ ବଦଳି ହୋଇଯାଇଛି ।  ଫଳରେ  ତଦନ୍ତର ଗତି ଆହୁରି ମନ୍ଥର ହେବାର ଆଶଙ୍କା କରାଯାଉଛି ।  ସେପଟେ ଏମ୍ସ ପକ୍ଷରୁ  ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟ  ସମ୍ପର୍କିତ  ମେଡିକାଲ  ରିପୋର୍ଟ  ଏଯାବତ  ପୁଲିସର  ହସ୍ତଗତ ହୋଇନାହିଁ । କେବେ ଏମ୍ସ  କର୍ତ୍ତୃପକ୍ଷ  ମର୍କତନଗର ଥାନାକୁ ରିପୋର୍ଟ ପ୍ରଦାନ କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଗତ ୨୧ ତାରିଖରେ ହ୍ୟମାନଙ୍କ ମାଆ ଶେଫାଳୀ ସୁନା ମର୍କତ ନଗର ଥାନାରେ ଏତଲା ଦେବା ପରେ  ପୁଲିସ ୯ ଜଣଙ୍କ  ନାଁରେ  ମାମଲା ରୁଜୁ କରିଥିଲା ।  ସେମାନଙ୍କୁ ଜେରା କରିବା ପାଇଁ ୨ ଦିନ ମଧ୍ୟରେ  ସମସ୍ତଙ୍କୁ ନୋଟିସ ହୋଇଥିଲା ।  ହେଲେ ଏଯାଏଁ ପୋଲିସ କୌଣସି  ଅଭିଯୁକ୍ତଙ୍କୁ ନୋଟିସ କରିନାହିଁ ।  ଏତଲାର ୧୫ ଦିନ ବିତିଯାଇଥିଲେ  ବି କାହାରିକୁ ଜେରା କରାଯାଇନାହିଁ ।  ତଦନ୍ତରେ ବିଳମ୍ବ ହେବାରୁ ଏହା ବାଟବଣା ହେବା ସହ  ଅଭିଯୁକ୍ତମାନେ ଖସିଯିବାର ସମ୍ଭାବନା ରହିଛି । ମାନସିକ ନିର୍ଯାତନା , ଟଙ୍କା ହଡପ ଏବଂ ବିଷକ୍ରିୟା ସନ୍ଦେହ ଏହି ତିନୋଟି ଦିଗକୁ  ନେଇ  ପୋଲିସ  ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking